ads

Breaking News

ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟରେ ବାର୍ଷିକ କ୍ରିଡା ଉତ୍ସବ ଉଦଘାଟିତ


    ସାକ୍ଷୀଗୋପାଳ ----- ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟ ଖେଳପଡ଼ିଆରେ ବାର୍ଷିକ କ୍ରିଡା ଉତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି  । ଏଥିରେ ମୁଖ୍ଯ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା ଯୋଗଦାନ କରିଥିଲେ  । ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ରେ ମାଲ୍ଯାର୍ପଣ କରି  କ୍ରିଡା ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ପ୍ରଣବ ମିଶ୍ର , ଜୟପୁର ସରପଞ୍ଚ ଆରାଧନା ସାମନ୍ତରାୟ, ସମିତି ସଭ୍ଯ ଦୀପକ କୁମାର ଶତପଥୀ, ଜିଲାପରିଷଦ ସଭ୍ଯ ବିଷ୍ଣୁପ୍ରିୟା ବରାଳ, ପରିଚାଳନା କମିଟି ସଭାପତି ଚକ୍ରଧର ମହାରଣା, ଉପସଭାପତି ବର୍ଷା ରାଣୀ ମେକାପ, ବ୍ଲକ ଶିକ୍ଷାଧିକାରୀ ଭବମ ପ୍ରଧାନ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ  । ବିଦ୍ଯାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ  ଅତିଥି ପରିଚୟ ଓ  ସ୍ୱାଗତ ଭାଷଣ ଦେଇଥିଲେ  । ଲକ୍ଷ୍ମିପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। କ୍ରିଡା ଶିକ୍ଷା ଶିକ୍ଷକ ସୁଚିତ୍ର ଖଟେଇ ଖେଳ ପରିଚାଳନା କରିଥିଲେ  ।  ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ର ଧନ୍ଯବାଦ ଦେଇଥିଲେ  । ବିଦ୍ଯାଳୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୨/୨୦୨୪----୮,୪୫ Sakhigopal News,1/2/2024

ads

Blog Archive

Popular Posts