ads

Breaking News

ପଟ୍ଟନାୟିକିଆ ଛକରେ ଲକ୍ଷ୍ମୀ ବସଷ୍ଟପେଜ ଉଦଘାଟିତ



ସାକ୍ଷୀଗୋପାଳ ---- ୩୧୬ନଂ  ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀବସ ଷ୍ଟପେଜକୁ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ବସ ଷ୍ଟପେଜଟି ବୀରରାମଚନ୍ଦ୍ରପୁର ପଞ୍ଚାୟତରେରହିଛି । ଯାହାକି ବଳପୁର,ସାରଙ୍ଗଯୋଡି, ବିଦ୍ୟାଧରପୁର,ବୀରରାମଚନ୍ଦ୍ରପୁର ଆଦି ପଞ୍ଚାୟତର ଲୋକମାନେ ବ୍ଳକ, କୃଷି,ତହସିଲ, ସବରେଜିଷ୍ଟର ଓ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ଲୋକମାନେ ମାତ୍ର ୫ଟଙ୍କା ଦେଇ ଯିବା ଆସିବା କରିବା ପାଇଁ ସୁବିଧା ହୋଇପାରିବ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ବ୍ଳକର ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ୱେତା ନାୟକ, ଜେଇ ପ୍ରମୋଦା ତ୍ରିପାଠୀ, ପେଣ୍ଠପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ଦୁଗଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରକାଶ ଖଟେଇଙ୍କ ସହିତ  ମହିଳା ଗୋଷ୍ଠୀର ମା ମାନଙ୍କ ସହିତ ବିଜେଡିର କର୍ମୀ ମାନେ ଉପସ୍ଥିତ ରହିଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୨/୨୦୨୪---୭,୧୦   Sakhigopal News, 17/2/2024

ads

Blog Archive

Popular Posts