ଭଞ୍ଜନଗରରେ ଦୟାନନ୍ଦ ସରସ୍ୱତୀ ଏବଂ ଶ୍ରୀବତ୍ସ ପଣ୍ଡା ଜୟନ୍ତୀ ପାଳିତ
ଭଞ୍ଜନଗର - ସ୍ବାମୀ ଦୟାନନ୍ଦ ସରସ୍ୱତୀଙ୍କ ଜନ୍ମ- ଦ୍ୱିଶତ ବାର୍ଷିକୀ ଉତ୍ସବ ଅବସରରେ ସ୍ବାମୀ ସୁଧାନନ୍ଦ ସରସ୍ବତୀଙ୍କ ଉପସ୍ଥିତ ରେ ୫୧ କୁଣ୍ଡିୟ ହୋମଯଜ୍ଞ ଏବଂ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିଭଳି ତନରଡା ସ୍ଥିତ ଗୋ-ରକ୍ଷା ଆଶ୍ରମ ଠାରେ ଶ୍ରୀବତ୍ସ ପଣ୍ଡା ଙ୍କ ଜନ୍ମ ଜୟନ୍ତୀ ଏବଂ ଦୟାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ସାଙ୍ଗକୁ ୨୨୧ କୁଣ୍ଡିୟ ଯଜ୍ଞ ଆୟୋଜିତ ହୋଇଯାଇଛି । ଏହି କ୍ରମରେ ଭଂଜନଗର ଠାରେ ଦୁଇଦିନ ଧରି ହୋମ-ଯଜ୍ଞ ଏବଂ ପ୍ରବଚନ ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଶେଷ କରି ଯଜ୍ଞ ର ଆବଶ୍ୟକତା ଏବଂ ଲୋକଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି ହେବା ଆବଶ୍ୟକ । ଏହାସହ ସାମ୍ପ୍ରତିକ ସ୍ଥିତି ରେ ଯଜ୍ଞ ଆୟୋଜନ ଦ୍ବାରା ପରିବେଶ , ସାମାଜିକ ସଂସ୍କାର ଏବଂ ଆଧ୍ୟାତ୍ମିକ ଚିନ୍ତାଧାରା ଜାଗ୍ରତ ହୋଇପାରିବ ବୋଲି ସ୍ବାମୀ ସୁଧାନନ୍ଦ ସରସ୍ବତୀ ଲୋକଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ରେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର , ଅମରନାଥ ରଥ ଯୋଗଦେଇଥିଲେ । ପ୍ରାରମ୍ଭରେ ପ୍ରଶାନ୍ତ ମହାନ୍ତି ସଂଯୋଜନା କରିଥିଲେ । ସେହିଭଳି ତନରଡା ସ୍ଥିତ ଶ୍ରୀବତ୍ସ ଗୋରକ୍ଷା ଆଶ୍ରମ ଠାରେ ଶ୍ରୀବତ୍ସ ଜୟନ୍ତୀ ଏବଂ ଦୟାନନ୍ଦ ସରସ୍ୱତୀଙ୍କ ଦ୍ବିଜନ୍ମ ଶତବାର୍ଷିକୀ ଉତ୍ସବ ପାଳିତ ହୋଇଥିଲା । ଦୁଇଦିନ ଧରି ପ୍ରବଚନ ଏବଂ ଯଜ୍ଞ ଆୟୋଜିତ ହୋଇଥିଲା । ଏବଂ ଶେଷଦିନ ଭଂଜନଗର ଠାରେ , ୨୨୧ କୁଣ୍ଡିୟ ବୈଦିକ ବିଶ୍ବଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଶ୍ରୀବତ୍ସ ଗୋରକ୍ଷା ଆଶ୍ରମର ମୁଖ୍ୟ – ଆଚାର୍ଯ୍ୟ ଡଃ. ସୁଦର୍ଶନ ଦେବ ଙ୍କ ପୌରହିତ୍ୟରେ , ଶ୍ରୀବତ୍ସ ଜୟନ୍ତୀ ଏବଂ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ବିଜନ୍ମ ଶତବାର୍ଷିକୀ ଉତ୍ସବ ଆୟୋଜିତ ହୋଇଥିଲା । ଯଜ୍ଞ କୁଣ୍ଡରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଆଧ୍ୟାତ୍ମିକ ପରିବାର ସାମିଲ ହୋଇ , ଯଜ୍ଞରେ – ଆହୁତି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ , ଗୋ-ରକ୍ଷା ଆଶ୍ରମ ର ମୁଖ୍ୟ – ଆଚାର୍ଯ୍ୟ ସୁଦର୍ଶନ ଦେବ ପ୍ରବଚନ ମାଧ୍ୟମରେ ଉପଦେଶ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଗୋ-ରକ୍ଷା ଆଶ୍ରମ ପକ୍ଷରୁ ଗୋପବନ୍ଧୁ ସାହୁ , ଶୃତିପ୍ରିୟ ଶାସ୍ତ୍ରୀ , ସନ୍ତୋଷ ଆଚାରୀ , ଡଃ. ଉଷା ପାଢ଼ୀ , ବାଲ୍ମୀକି ପଟ୍ଟନାୟକ , ସୁବ୍ରତ ସାମଲ ଏବଂ ପଞ୍ଚାନନ ପାଳ ପ୍ରମୁଖ ପରିଚାଳନା ଏବଂ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୧୦/୨୦୨୩----୯,୧୫ Sakhigopal News,3/10/2023




