ads

Breaking News

ଯୁବକବି, ସାହିତ୍ୟିକ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

 
କଟକ---   ବାଙ୍କୀ, ଡମପଡ଼ା ବ୍ଲକ ଅଧିନସ୍ଥ ତାଳବସ୍ତ ଗ୍ରାମର ଯୁବ ସାହିତ୍ୟିକ କବି ପ୍ରଶାନ୍ତ କୁମାର ମିଶ୍ରଙ୍କ(କୁନୁ ଭାଇନା) ଅକାଳ ବିୟୋଗ ହୋଇଯାଇଛି ।  ଅରପୁର ନିକଟସ୍ଥ ଏକ ଶ୍ରଦ୍ଧାଞ୍ଜଳି ସଭା  ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ଓ ପ୍ରତୀକ୍ଷା ସାହିତ୍ୟ ପରିବାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ସମାଜସେବୀ, ସାହିତ୍ୟିକ, ଯୁବକ ଓ କବିମାନେ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ ବୁଲୁ ବାବା,  ସଂଯୋଜକ କବି ବଂଶୀଧର ମହାପାତ୍ର,  କବି ଲଲାଟେନ୍ଦୁ ପଣ୍ଡା, ସମାଜସେବୀ ସୁବ୍ରତ କୁମାର ନାୟକ, ସଂଗଠକ ଶଶୀ ଭୂଷଣ ତ୍ରିପାଠୀ, ସଂସଦର ସଭାପତି ନିରଞ୍ଜନ ପଣ୍ଡା,  ବାବୁଲି ରଣା,  ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର  ସାମଲ, ରେଶ୍ମା ସାଇଁ, ମୌସୁମୀ ରାଉତ, ସ୍ବର୍ଣ୍ଣଲତା ସାହୁ,  ସୁନୀତା ରଣା,  ରାଜେଶ କୁମାର ନନ୍ଦ, ବିଷ୍ଣୁପ୍ରିୟା  ନାୟକ, ବଳଭଦ୍ର ରଣା,  ଲକ୍ଷ୍ମୀପ୍ରିୟା ଦାଶ,  ସସ୍ମିତା ଦାଶ,  ପ୍ରମୁଖ ଉପସ୍ଥିତ ରହି  ଅକାଳରେ ଜୀବନ ହାରିଥିବା ଅମ୍ଲାନ ଆତ୍ମାର ସ୍ମୃତି ଚାରଣ କରିଥିଲେ। ସଂଗଠକ ସୁବ୍ରତ କୁମାର ନାୟକଙ୍କ ପରିଚାଳନାରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।  ସ୍ବର୍ଗତଃ ମିଶ୍ର ଜଣେ ମେଳାପି, ଦକ୍ଷ ଲେଖକ ସହିତ ପରୋପକାରୀ ଦରଦୀ ଯୁବକଟିଏ ଥିଲେ।  ସେ ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ ହୋଇ ଭଲହେବାର କିଛିଦିନ ପରେ ଇହଲୀଳା ସମ୍ବରଣ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୪୨ବର୍ଷ ହୋଇଥିଲା। ତାଙ୍କ ରଚିତ କବିତା "ଗାଁ ର ମହକ", "ମାତୃଭୂମି" ପତ୍ରିକା ସହିତ ଅନ୍ୟାନ୍ୟ ପତ୍ର ପତ୍ରିକାରେ ରେ ପ୍ରକାଶିତ ହୋଇଥିଲା। ସେ ମଧ୍ଯ ଜହ୍ନ ରାଇଜର ପ୍ରତିଷ୍ଠାତା ଥିଲେ। ।
 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୫/୧୦/୨୦୨୩-----୯,୧୦ Sakhigopal News,5/10/2023

ads

Blog Archive

Popular Posts