ads

Breaking News

ସତ୍ୟବାଦୀ ବ୍ଳକରେ ଖଣ୍ଡପଡା ବିଡିଓ ଲିପ୍‌ସା ରାୟ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଲେ

 


ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକରେ ନୂତନ ଭାବେ ବିଡିଓ ଭାବେ ଲିପ୍‌ସା ରାୟ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଖଣ୍ଡପଡା ବ୍ଳକରେ ବିଡିଓ ଭାବେ ସେ କାର୍ଯ୍ୟ କରୁଥିଲେ । ତାଙ୍କୁ ସେଠାରୁ  ସତ୍ୟବାଦୀ ବ୍ଳକକୁ ବଦଳି କରାଯାଇଛି । ବିଡିଓ କାର୍ଯ୍ୟରେ ଯୋଗ ଦେବା ପରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଏବିଡିଓ ସଲିଲ କୁମାର ଦାଶ, ଯୋଗାଣ ବିଭାଗ ଅଧିକାରୀଣି, ଜିପିଓ  ସୌଭାଗ୍ୟ ରଞ୍ଜନ କରଙ୍କ ସହିତ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ପରଜାପଡା ସରପଞ୍ଚ ବ୍ଳକର କର୍ମଚାରୀ ଓ ବିଭିନ୍ନ ପଞ୍ଚାୟତର ଗ୍ରାମ ପଞ୍ଚାୟତ ଅଧିକାରୀ ମାନେ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ପରେ ପରେ ବିଡିଓ ଲିପସା ରାୟ ସଦଭାବନା ଗୃହ ପରିସରରେ ଏକ ରିଭ୍ୟୁ ବୈଠକ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଡକାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କେ ଆଲୋଚନା କରିଥଲେ । ଏପରିକି କେଉଁଥି ପାଇଁ କାର୍ଯ୍ୟରେ ଅବହେଳା କରାଯାଇଛି ସେ ସମ୍ପର୍କରେ ଅଧିକାରୀ ମାନଙ୍କ ସହ ଆଲେଚନା କରିଥିଲେ । ଏହି ରିଭ୍ୟୁ ବୈଠକରେ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧୦/୨୦୨୩---୮,୧୦  Sakhigopal News, 5/10/2023

ads

Blog Archive

Popular Posts