ads

Breaking News

ବିଧାୟକଙ୍କ ହସ୍ତକ୍ଷେପ ପରେ ; ସେବାୟତ ସଂଘର ଶସ୍ମାନ ଭଙ୍ଗା ଘଟଣାର ଯବନିକା ପଡିଲା ,

 


 ସାକ୍ଷୀଗୋପାଳ--- ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ମାନଙ୍କ ଶସ୍ମାନ କାହିଁ କେଉଁ କାଳରୁ ବକୁଳବନ ନିକଟ ପଞ୍ଚସଖାଙ୍କ ସମାଧିପୀଠ ନିକଟରେ ରହିଥିଲା । ମାତ୍ର ସେଠାରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଉଥିବାରୁ ଉକ୍ତ ଘର ପାଖରେ ଶସ୍ମାନ ରହିବାକୁ ନା ପସନ୍ଦ କରି ଓଡିଆ ବିଶ୍ୱବିଦ୍ୟାଳୟ କାମ ନେଇଥିବା ଠିକାଦାର ଓବିସିସି ରାତାରାତି ଭାଙ୍ଗି ମାଟିରେ ମିଶାଇ ଦେଇଥିଲା ।ଏହା ଜଣାପଡିବା ପରେ ସେବାୟତ ସଂଘ ପକ୍ଷରୁ ତୁରନ୍ତ ପ୍ରତିବାଦ କରିବା ସହ ଠାକୁରଙ୍କ ନୀତିକାନ୍ତି ବନ୍ଦ କରି ଧାରଣା ଦେଇଥିଲେ । ଶେଷରେ ବିଧାୟକଙ୍କ ହସ୍ତକ୍ଷେପ ପରେ ଧାରଣା ସ୍ଥଗିତ ରଖାଯାଇଥିଲା । ବୁଧବାର ଦିନ ଏହାର ଯବନିକା ପଡିଛି । ବିଧାୟକଙ୍କ କଥା ଅନୁଯାୟୀ ଜଳସେଚନ ଡକାବଙ୍ଗଳା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୀ ଜିଲ୍ଲାପାଳ ସମଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଦେବତ୍ତର କମିଶନର ଗଗନ ସାହୁ ,ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ ଲୋଚନ କୁମାର ଦାସ, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତିପାଠୀଙ୍କ ସହିତ ନୂତନ ଭାବେ ମନ୍ଦିର ଟ୍ରଷ୍ଟିରେ ରହିଥବା ସେବାୟତ ପ୍ରତାପ କୁମାର ମହାପାତ୍ର, ସେବାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ ନନ୍ଦଙ୍କ ସହିତ ସଦସ୍ୟ ଉମେଶ ନନ୍ଦ, କିଶୋର ମହାପାତ୍ର ବିଜୟ ମହାପାତ୍ର,ଶୁଭଦର୍ଶୀ ମହାପାତ୍ର ପ୍ରମୁଖ ସେବାୟତ ମାନେ ଏହି ବୈଠକରେ ଯୋଗ ଦେଇଥିଲେ । ସେବାୟତ ମାନଙ୍କର ମୁଖ୍ୟ ଦାବୀଥିଲା ଯେ ଆମର ଶସ୍ମାନ ଆମକୁ ଦିଆଯାଉ । ନିସ୍ପତି କ୍ରମେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦେବତ୍ତର କମିଶନର, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡିଓ, ତହସିଲଦାର ସେବାୟତ ସଂଘର ସଭାପତିଙ୍କ ସହିତ ସେବାୟତ ମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ଶେଷରେ ବକୁଳବନ ସ୍ଥିତ ମଶାଣୀ ମହାବୀରି ମନ୍ଦିର ପଛପଟେ ଥିବା ଖାତାନଂ-୧୦୦ ଓ ପ୍ଳଟନଂ- ୫୩ରୁ ଦୁଇ ଡିସିମିଲି ଜମିରେ ନୂତନ ଭାବେ ସେବାୟତଙ୍କ ଶସ୍ମାନ ହେବା ପାଇଁ ଜମି ଚିହ୍ନଟ କରାଯିବା ସହ ଦେବତ୍ତର କମିଶନଙ୍କ ଠାରୁ ଅନୁମତି ପାଇଁ ଦରଖାସ୍ତ ପଠାଯାଇଛି । ଯେତେଶିଘ୍ର ଜମିରେ ଶସ୍ମାନ ହେବା ପାଇଁ କମିଶନରଙ୍କ ଠାରୁ ଅନୁମତି ମିଳିବ ସେତେଶିଘ୍ର ଶସ୍ମାନ ତିଆରି କରାଯିବ ବୋଲି ବିଡିଓ ଶ୍ରୀ ଦାସ କହିଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୭/୨୦୨୩---୮,୧୫

ads

Blog Archive

Popular Posts