ads

Breaking News

ପୁରୀ ଶ୍ରୀ ମନ୍ଦିର ରେ ବରିଷ୍ଠ ନାଗରିକ ମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ବୈଠକ




ଭଞ୍ଜନଗର---ଆଜି ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ଏକ ବୈଠକ ନାୟକ ଭବନ ଠାରେ  ଅନୁଷ୍ଠିତ ହୋଇଯାଇଛି।.ଏହି ବୈଠକରେ ମଞ୍ଚର ସଭାପତି  ସୋମନାଥ ନାୟକ  ଅଧ୍ୟକ୍ଷତା କରିଥିଲେ । ତାଙ୍କ ସହ ଉପଦେଷ୍ଟା ଡଃ କମ୍ବୁପାଣି ସାମନ୍ତ, କର୍ଯ୍ୟକାରୀ ସଭାପତି ଶିବ ରାମ ପଣ୍ଡା ଉପସଭାପତି ବାଳକୃଷ୍ଣ ବେହେରା ପୂର୍ବତନ ସମ୍ପାଦକ ରବୀନ୍ଦ୍ର ଆଚାର୍ଯ୍ୟ, ସମ୍ପାଦକ ରବିନାରାୟଣ ସାମନ୍ତ ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  କାର୍ଯ୍ୟକାରୀ ସଦସ୍ୟ ସୁଦର୍ଶନ ଦାଶ, ଗୋବିନ୍ଦଚନ୍ଦ୍ର ଲେଙ୍କା, ଲଡ଼ୁକିଶୋର ପ୍ରଧାନ, ବାଳକୃଷ୍ଣ ପାଢ଼ୀ, ଅଭିମନ୍ୟୁ ଭୁଆଁ ଓ ମାଗତା ଗୌଡ଼, ଭାସ୍କର ପ୍ରଧାନ, କେ. ବିଶ୍ୱନାଥ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭା ଆରମ୍ଭରେ ପଣ୍ଡିତ ବିପ୍ରଚରଣ ସାହୁ ଯିଏ ଚିକିତ୍ସାଧୀନ ଅଛନ୍ତି ତାଙ୍କର ଆଶୁ ଆରୋଗ୍ୟ କାମନା କରି ଏକ ମିନଟ ସମୂହ ପ୍ରାର୍ଥନା କରାଯାଇଥିଲା ।. ସଭାପତି ଘୁମୁସର ଜିଲ୍ଲା ଆନ୍ଦୋଳନ ର ଅଗ୍ରଗତି ସମ୍ପର୍କ ରେ ସୂଚନା ଦେଇକହିଥିଲେ ସୋରଡ଼ା ଓ ଜଗନ୍ନାଥ ପ୍ରସାଦ ବନ୍ଦ ପାଇଁ ପ୍ରସ୍ତୁତି ଚାଲିଛି ।  ମିଳିତ କ୍ରିୟାନୁଷ୍ଠାନ କମିଟି ର କୋର କମିଟି ବିଭିନ୍ନ ସ୍ଥାନ ଗସ୍ତ କରି ଏଦିଗରେ ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଥିଲେ ।  ବରିଷ୍ଠ ନାଗରିକ ମାନେ ଶ୍ରୀମନ୍ଦିର ଠାକୁର ଙ୍କୁ ଦର୍ଶନ କରିବାରେ ବହୁ ଅସୁବିଧା ସମ୍ମୁଖୀନ ହେଉଥିବାରୁ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ  ସେମାନଙ୍କୁ ସୁବିଧାରେ ନେବା ଆଣିବା ସାଙ୍ଗକୁ ଠାକୁରଙ୍କୁ ଦର୍ଶନ କରାଇବାକୁ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ଦେବାକୁ ମଞ୍ଚ ଦାବୀ କରିଛି । ସର୍ବଶେଷରେ ସମ୍ପାଦକ ଧନ୍ୟବାଦ ଦେବାପରେ ସଭା ସାଙ୍ଗ କରାଯାଇଥିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୫/୨୦୨୩----୮,୧୦ Sakhigopal News,8/5/2023

ads

Blog Archive

Popular Posts