ads

Breaking News

ରାମାୟଣ ଚରିତ୍ର ସମୀକ୍ଷା ଆଧ୍ୟାତ୍ମିକ ସଭା





ଜଟଣୀ --ଜଟଣୀ ବ୍ଲକ ଅନ୍ତର୍ଗତ ପଦନପୁର ପଞ୍ଚାୟତର ଭୀମପୁର ଗ୍ରାମର ରଘୁନାଥ ମନ୍ଦିର ପ୍ରାଙ୍ଗଣରେ  ଆମରି ସତ୍ୟ ବିକାଶ ପରିଷଦ ତରଫରୁ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ "ରାମାୟଣର ବିବିଧ ଚରିତ୍ର ସମୀକ୍ଷା 'ସମ୍ୱନ୍ଧୀୟ ଆଧ୍ୟାତ୍ମିକ ସଭାରେ ଆଲୋଚନା ହୋଇଥିଲା l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ରୂପେ ଗାୟକ ବେଦ ସୌରଭ ,ଶ୍ରୀ ନାରାୟଣ ଶୁକ୍ଲା ଏବଂ ମୁଖ୍ୟ ବକ୍ତା ରୂପେ କବୀ ଭାରତୀ ସବିତା ଶୁକ୍ଲା ପ୍ରମ୍ମୁଖ ଯୋଗ ଦେଇ ସୁଲଳିତ କଣ୍ଠରେ ପ୍ରଭୁଙ୍କ ଚରିତ୍ର ବର୍ଣ୍ଣନା କରି ଆଧ୍ୟାତ୍ମିକ ଭାବ ସୃଷ୍ଟି କରିଥିଲେ l ପଣ୍ଡିତ ଶରତ ଚନ୍ଦ୍ର ଦାଶ  ବେଦ ପାଠ କରିଥିଲେ l ସମ୍ମାନୀୟ ଅତିଥମାନେ ରାମଚନ୍ଦ୍ରଙ୍କ ଚରିତ୍ରକୁ ଅନୁସରଣ କରିବା ଏବଂ ପିତାମାତାଙ୍କୁ ଭକ୍ତି କରିବା ସଙ୍ଗେ ସଙ୍ଗେ ଶିଶୁ ମାନଙ୍କ ଠାରେ ଉଚ୍ଚାରଣ ଏବଂ ଆଚରଣର ସମୋନୟ ରଖି ନିଜକୁ କିପରି ଜଣେ ଦେଶର ଉତ୍ତମ ନାଗରିକ ରୂପେ ଗଢି ତୋଳିଵ ସେହି ଶିକ୍ଷା ଦେବା ପାଇଁ ଉପଦେଶ ଦେଇଥିଲେ l କବିତା ଆସରକୁ ପରିଚାଳନା କରିଥିଲେ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ଏବଂ ରଶ୍ମିତା ନାୟକ l ଭୀମପୁର ଗ୍ରାମର ମୁଖ୍ୟ ଲକ୍ଷ୍ମୀଧର ସାମନ୍ତରାୟ ଏବଂ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା l ସଭା ଶେଷରେ କିଶୋର ଚନ୍ଦ୍ର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୪/୨୦୨୪----୬,୫୫ Sakhigopal News,10/4/2023

ads

Blog Archive

Popular Posts