ads

Breaking News

ଦିନିକିଆ ବାଲିଗୁଡା ଗସ୍ତ ରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ

  କନ୍ଧମାଳ ----ଦିନିକିଆ ବାଲିଗୁଡା ଗସ୍ତ ରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ। ମହାସିଙ୍ଗ ଠାରେ ଡ଼ଃ ଅଚ୍ୟୁତ ସାମନ୍ତ ପହଂଚିବା ପରେ ବିଜେଡି କର୍ମୀ ଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା l ପରେ ମହାସିଙ୍ଗ ଠାରେ ନିର୍ମାଣ ହେବାକୁ ଯାଉଥିବା ଅତ୍ୟାଧୁନିକ ମେଡିକାଲ ଓ ଦିବାଧ୍ୟାୟି ବିଦ୍ୟାଳୟ ଅଂଚଳ ଗସ୍ତ କରିଥିଲେ।  ପରେ ମହାସିଙ୍ଗ ଠାରେ ଲୋକ ପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦା ଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ  ଆଲୋଚନା କରିଥିଲେ  ସାଂସଦ ।  ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, ବାଲିଗୁଡା ସାଂସଦ ପ୍ରତିନିଧି ଟୁନା ଦାସ, ପୂର୍ବତନ ବିଧାୟକ ରାଜୀବ ପାତ୍ର,ତୁମୁଡିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ ସାହୁ କ.ନୂଆଗାଁ ସାଂସଦ ପ୍ରତିନିଧି ସହଦେଵ ପାତ୍ର ଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧି ଙ୍କ ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ,ପର୍ୟ୍ୟଟନ ଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସ୍ଥିତି ସମୀକ୍ଷା ସହ ବିକାଶ ନେଇ ଆଲୋଚନା କରିଛନ୍ତି ସାଂସଦ ଡ଼ଃ  ସାମନ୍ତ l କନ୍ଧମାଳ ଜିଲ୍ଲା ରେ ମେଡିକାଲ କଲେଜ, ରେଳ ଲାଇନ, ନେଟୱର୍କ ସମସ୍ୟା, ପର୍ଯ୍ୟଟନ ର ବିକାଶ ହୋଇଥିବା ନେଇ ଉପସ୍ଥିତ ଜନ ପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦା କନ୍ଧମାଳ ସାଂସଦ ଙ୍କ ନିରନ୍ତର ପ୍ରୟାସ ନେଇ କୃତଜ୍ଞତା ଜଣେଇଛନ୍ତି l ପରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସଂସଦୀୟ କ୍ଷେତ୍ର ସମୀକ୍ଷା କାର୍ଯ୍ୟକ୍ରମ ଅବସରରେ ଆଜି ବାରଖମାଠାରେ ସାଂସଦ ସାମନ୍ତ ମେଗା ଭଲିବଲ୍ ଟୁର୍ନାମେଣ୍ଟ ର ଫାଇନାଲ୍ ମ୍ୟାଚ୍‌ରେ ଯୋଗ ଦେଇ ବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ସାଂସଦ ପ୍ରତିନିଧି ଟୁନା ଦାସ, ବ୍ଲକ ଅଧକ୍ଷ୍ୟା ମିଶାବତୀ ମଳିକ,ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ଏହି ଷ୍ଟାଡିୟମରେ ଏକ ହାଇମାସ୍କ ଲାଇଟ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ଅତ୍ୟନ୍ତ ଗୁରୁତ୍ୱ ଦେଉଥିବା ପ୍ରକାଶ କରିବା ସହ ଗାଁ ଗାଁରୁ କ୍ରୀଡ଼ା ପ୍ରତିଭା କିଭଳି ବାହାରି ପାରିବେ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଆଶାକୁ ପୂରଣ କରିବା ପାଇଁ ଶ୍ରୀ ସାମନ୍ତ ବ୍ୟକ୍ତିଗତ ଓ କିଟ୍ ତଥା କିସ୍ ଜରିଆରେ ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୧/୪/୨୦୨୩---୮,୪୫ Sakhigopal News,11/4/2023

ads

Blog Archive

Popular Posts