ads

Breaking News

ଶେଷ ହେଲା ଚୈତ୍ର ମଙ୍ଗଳବାର ଉପାସ ; ପଣା ସଂକ୍ରାନ୍ତିରେ ହେବ ଝାମୁଯାତ୍ରା



ସାକ୍ଷୀଗୋପାଳ--- ମା ମଙ୍ଗଳାଙ୍କୁ ଭକ୍ତର ସହିତ ଡାକିଲେ ମା ଡାକ ଶୁଣିଥାଆନ୍ତି ବୋଲି ଆଜିବି ଜନମାନସରେ ବିଶ୍ୱାସ ରହିଛି । କାହିଁ କେଉଁ କାଳରୁ ମା ମଙ୍ଗଳାଙ୍କ ପୂଜା ଚୈତ୍ର ମାସରେ ଗ୍ରାମ ଗ୍ରାମ ମାନଙ୍କରେ ପୂଜା ହୋଇଆସୁଛି । ଏହି ପୂଜା ମହିଳା ମାନଙ୍କ ଦ୍ୱାରା କରାଯାଇଥାଏ । ପିଲା ବା ନିଜ ସ୍ୱାମୀ ମାନଙ୍କର ଦେହ ଖରାପ ବା କୌଣସି ରୋଗରୁ ମୁକ୍ତି କରିବା ପାଇଁ ମା ମାନେ ମା ମଙ୍ଗଳାଙ୍କ ନିକଟରେ ମାନସିକ କରି ଏହି ପୂଜା କରିଥାନ୍ତି । ଅନେକ ଯାଗାରେ ପନେ୍‌ôଇ ପୂଜା ଭାବେ ବେଶ ଜଣାଶୁଣା । ଗ୍ରାମ ଦାଣ୍ଡରେ ମାଟିରେ ଏକ ପତ୍ନେଇ କରାଯିବା ପରେ ତା ଉପରେ ଚାନ୍ଦୁଆଟାଙ୍ଗି ହଳଦୀ, ମନ୍ଦାର ଫୁଲ ସହିତ ବିଭିନ୍ନ ଫୁଲରେ ସହିତ ସାଲୁକନା ଓଛିଟକନା ଦେଇ ମା ମଙ୍ଗଳା ଆକୃତି କରି ସେଠାରେ ଦୀପ, ଧୂପ, ଦେବା ସହ କ୍ଷୀର, ଛନୋ, କଦଳୀ, ଖଇ, କେରା, ପିଠା, ବିଭିନ୍ନ ଫଳମୂଳ, ଚଣା, ଆମ୍ବ ସହିତ ନଡିଆ ଭୋଗ ଅର୍ପଣ କରାଯିବା ସହ ମଙ୍ଗଳାସ୍ମୃତି ପାଠ କରାଯାଇଥାଏ । । ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପତ୍ନେଇରେ ମାଙ୍କ ଉଦ୍ଦ୍ୟେଶରେ ପ୍ରସ୍ତୁତ କରାଯାଇଥିବା ପଣା ଅର୍ପଣ କରାଯାଇଥାଏ । ସତ୍ୟବାଦୀର ଅନେକ ଗ୍ରାମରେ ସଂକ୍ରାନ୍ତିକୁ ମାସ ଭାବେ ନେଉଥିବାରୁ ଆଜି ହେଉଛି ଶେଷ ମଙ୍ଗଳବାର ବୋଲି ବଳପୁର, ଆନନ୍ଦପୁର ଆଦି ବିଭିନ୍ନ ଗ୍ରାମରେ ଆଜି ଏହି ପୂଜା କରାଯାଇଛି । ବିଳାସିନୀ ବେହେରା, ନୟନା ବେହେରା, ଗୀତାଞ୍ଜଳି ବେହେରା, ମଞ୍ଜୁ ବେହେରା, କନକ ବେହେରା, ମିନା ବେହେରା, ସୁମିତ୍ରା ବାରିକ, କ୍ଷେତ୍ରମଣି ପ୍ରଧାନ ପ୍ରମୁଖ କହନ୍ତି ଆଗାମୀ ସଂକ୍ରାନ୍ତି ଦିନରେ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବାରୁ ଆଜି ହେଉଛି ଶେଷ ଚୈତ୍ର ମଙ୍ଗଳବାର ଉପାସ । ଏହି ଉପାସ କଲେ ପରିବାରରେ ଶାନ୍ତି ସହିତ ବିଭିନ୍ନ ରୋଗରୁ ଉପଶମ ମିଳିଥାଏ ବୋଲି  ବିଶ୍ୱାସ ରହିଛି ବୋଲି କହନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୩---୭,୪୦   Sakhigopal News, 11/4/2023

ads

Blog Archive

Popular Posts