ads

Breaking News

ପୁସ୍ତକ ମୋ "ଧନ ହୋଇବ ସୁନା ପିଲା" ଲୋକାର୍ପଣ ହୋଇଯାଇଛି

My book, The Rich Boy Who Became Wealthy, has been released
ସାକ୍ଷୀଗୋପାଳ----ସ୍ଥାନୀୟ ଦେବରାଜ କଲ୍ୟାଣ ମଣ୍ଡପରେ ଶିକ୍ଷୟତ୍ରୀ ତଥା ଲେଖିକା ବିଶାଖା ଦେବୀଙ୍କ ସ୍ବ ରଚିତ ପୁସ୍ତକ ମୋ "ଧନ ହୋଇବ ସୁନା ପିଲା" ର ଲୋକାର୍ପଣ ହୋଇଯାଇଛି । ଉତ୍ସବରେ ଏକ ବର୍ଣ୍ଣାଢ୍ୟ ସାରସ୍ବତ ସଭା ସହ କବିତା ଆସର ଅନୁଷ୍ଠିତ ହୋଇଥିଲା। କବି ରବୀନ୍ଦ୍ରନାଥ ଷଡଙ୍ଗୀ ଆନୁଷ୍ଠାନିକ ଭାବେ ସଭାକୁ ଉଦ୍‌ଘାଟନ କରିଥିବା ବେଳେ କବି ଓ ଲେଖକ ମାନସ ରଞ୍ଜନ ପଟ୍ଟନାୟକ ସାହିତ୍ୟ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ମୂଖ୍ୟ ଅତୀଥି ଭାବେ ଭୀମସେନ ମହାପାତ୍ର,ମୂଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଡ. ଦିଲ୍ଲିପ ସେନାପତି ଓ ସତ୍ୟବାଦୀ ଦାଶ ଯୋଗ ଦେଇଥିଲେ ।ସ୍ବତନ୍ତ୍ର ଅତିଥି ରବୀନ୍ଦ୍ରନାଥ ପଟ୍ଟନାୟକ ଯୋଗ ଦେଇଥିଲେ ।
ଗ୍ରାମାଞ୍ଚଳରେ ସାହିତ୍ୟର ବିକାଶ ଓ ମୂଲ୍ୟବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ଅତିଥି ମାନଙ୍କ କରକମଳରେ ପୁସ୍ତକ ଲୋକାର୍ପିତ ପରେ ସାହିତ୍ୟିକ ପ୍ରଭାତ ଚନ୍ଦ୍ର ରଥ ସମୀକ୍ଷା କରିଥିଲେ। ପରେ ପରେ କବିତା ଆସରରେ ପ୍ରମିଳା ପଟ୍ଟନାୟକ,ସୁରେନ୍ଦ୍ର ପଣ୍ଡା,ନିରଞ୍ଜନ ବରାଳ,ଦିଗମ୍ବର ରଥ,ରଞ୍ଜନ ମିଶ୍ର,ହରେକୃଷ୍ଣ ପ୍ରଧାନୀ ସୁରେଶ ପଟ୍ଟନାୟକ ,ଫୁଲରାଣୀ ପାଳ,ବନ୍ଦନା ମହାପାତ୍ର, ବିଭୁତି ହୋତା,ଦିଗମ୍ବର ରଥ ସଂପୂର୍ଣ୍ଣାନନ୍ଦ ମିଶ୍ର,ପ୍ରକାଶ ମିଶ୍ର,ବିଜୟ କୁମାର ପରିଡା ସମେତ ୪୦ରୁ ଉର୍ଦ୍ଧ କବି ସ୍ବରଚିତ କବିତା ଆବୃତ୍ତି କରିଥିଲେ। ବିଜୟ କୁମାର ପଟ୍ଟନାୟକ,ଡ.ଶରତ ଚଉଁରୀ ଓ ସୁଜାତା ଦେବୀ ସଂଯୋଜନା କରିଥିବା ବେଳେ ଆବାହିକା ବିଶାଖା ଦେବୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ।ଧନ୍ୟବାଦ ଦେଇଥିଲେ ଲେଖିକା ସୁନନ୍ଦା ମହାନ୍ତି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୩/୨୦୨୨-----୫,୩୦ Sakhigopal News,13/3/2022

ads

Blog Archive

Popular Posts