ads

Breaking News

ଅବସର କାଳୀନ ସମ୍ବର୍ଦ୍ଧନା ସଭା

Retirement reception

 
ସାକ୍ଷୀଗୋପାଳ -- ସତ୍ୟବାଦୀ ବ୍ଲକ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ  ନିର୍ମଳ ଚନ୍ଦ୍ର ତ୍ରିପାଠୀ ଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ର ଅଧକ୍ଷ ଭୀମସେନ ପ୍ରଧାନ ଓ  ମୋ ସ୍କୁଲ ଅଭିଯାନ ର ସଭାପତି ତଥା  ଆଇନଜୀବୀ ବୈଦ୍ୟନାଥ ପାଣି ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ ।  ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ବିଦାୟୀକାଳୀନ ସଂଗୀତ ପରିବେଷଣ ସହିତ ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀ ଭାଷଣ ଦେଇଥିଲେ ।   ମାନପତ୍ର, ଉତ୍ତରୀୟ ଦେଇ ନିର୍ମଳ ଚନ୍ଦ୍ର ତ୍ରିପାଠୀ ଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଉତ୍ସବ ବିଦ୍ୟାଳୟ  ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଉମାକାନ୍ତ ନାୟକ, ପୂର୍ଣ୍ଣ ଚନ୍ଦ୍ର ବାରିକ, ବିଶ୍ୱଜିତ ପ୍ରଧାନ, ଭାନୁମତି ମହାପାତ୍ର, ଦେବକୀ ପ୍ରଧାନ, ରୁନୁ ବେହେରା ଙ୍କ ସହିତ ଅନ୍ୟାୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୩/୨୦୨୨----୭,୧୦ Sakhigopal News,31/3/2022

ads

Blog Archive

Popular Posts