ads

Breaking News

ଶିବା ଏଗ୍ରୋ ରାଇସମିଲ ଉପରେ ଚଢ଼ାଉ:ମିଲ ପରିସରରେ144 ଧାରା ଜାରି

Attack on Shiva Agro Rice Mill: Section 144 continues in the Mill area.
                                 
ବଲାଙ୍ଗୀର:ସଇଁତଲା ଜିଲ୍ଲା ପ୍ରଶାସନକୁ ଅନ୍ଧାରରେ ରଖି ମିଲ ମାଲିକ କରୁଥିଲେ ବେଆଇନ କାରବାର।ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ଚଢ଼ାଉ କରିଥିଲା ପ୍ରଶାସନ ।  ସାଇଁତଲା ବିଭିନା ସ୍ଥିତ ଶିବା ଏଗ୍ରୋ ରାଇସ ମିଲ ଉପରେ ଚଢାଉ କରାଯାଇଛି । ମିଲ ପରିସରରେ ୧୪୪ ଜାରି କରାଯାଇଛି।  ମିଲ ଭିତରେ ହଜାର ହଜାର ବସ୍ତା ଧାନ ଓ ଚାଉଳ ପଡ଼ିରହିଛ ।   ଟିଟିଲାଗଡ଼ ଯୋଗାଣ ବିଭାଗ,ସଇଁତଲା ତହସିଲଦାର, ଯୋଗାଣ ଅଧିକାରୀ  ଓ ପୋଲିସ ପ୍ରଶାସନକୁ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଉପଜିଲ୍ଲାପାଳ । ସଇଁତଲା ପ୍ରଶାସନ ମିଲ ପରିସରରେ ଥିବା ତିନୋଟି ଗୋଦାମ କୁ ସିଲ କରିଛନ୍ତି ।ତେବେ ଆସନ୍ତା କାଲି ମିଲରେ କେତେ ପରିମାଣ ରେ ଧାନ ଓ ଚାଉଳ ଗଛିତ ରହିଛି ତାହା ଓଜନ ପରେ ଜଣାପଡିବ ବୋଲି ଟିଟିଲାଗ ଅତିକରିକ୍ତ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ ପ୍ରକାଶ କରିଛନ୍ତି । ଆଜି ମିଲ ପରିସରରେ ଜିଲ୍ଲାର ଏକ ସ୍ୱନ୍ତତ୍ର ଟିମ ଆସି ମିଲ ରେ ଥିବା ଚାଉଳ କୁ ଓଜନ କରୁଛନ୍ତି।ବର୍ତ୍ତମାନ ସୁଦ୍ଧା କେତେ ପରିମାଣ  ଚାଉଳ ମିଳରେ ଅଛି ତାହା ସ୍ପର୍ଷ୍ଟ ହୋଇନି। ଏତେ ପରିମାଣର ଧାନ ,ଚାଉଳ ବେପାର ହେଉଥିବା ବେଳେ ବ୍ଳକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କିପରି ଜାଣିପାରିଲା ନାହିଁ ତାହା ଏବେ ଅଞ୍ଚଳରେ ମୁଖ୍ୟ ଆଲୋଚନା ର ବିଷୟ ବସ୍ତୁ ହୋଇପଡିଛି ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୩୧/୩/୨୦୨୨---୧୧,୧୦ 

ads

Blog Archive

Popular Posts