ads

Breaking News

ଗାଁ ଗାଁରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କଲା ସାମାଜିକ ଅନୁଷ୍ଠାନ ଗରିବର ସାଥୀ

In the villages, the clean-up program was launched by the social organization Poor Friends.


ସାକ୍ଷୀଗୋପାଳ----- ସତ୍ୟବାଦୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗରିବର ସାଥୀ  ଏବେ ଆରମ୍ଭ କରିଛି ଗାଁ ଗାଁରେ ସଫେଇ କାର୍ଯ୍ୟକ୍ରମ । ଏହା ଆଗରୁ ଅନୁଷ୍ଠାନ ପକ୍ଷରୁ ମାନବସେବା, ଗୋ ସେବା, ଅସହାୟ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ସହ ବୃକ୍ଷ ରୋପଣ ସହିତ ବିଭିନ୍ନ କାର୍ଯ୍ୟ କରି ବେଶ ପରିଚିତ । ଏବେ ଗଁ ଗାଁରେ ସଫେଇ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି କାର୍ଯ୍ୟକ୍ରମ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ନିକଟରୁ ଆରମ୍ଭ କରିଛି । ପ୍ରଥମେ ସାକ୍ଷୀଗୋପାଳ  ମନ୍ଦିର ଚତୁପାଶ୍ୱର୍ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସନ୍ଦୀପ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଦସ୍ୟ କୈଳାସ ପଲେଇ, ପ୍ରଭାକର ବେହେରା, ମାନସ ପ୍ରଧାନ, ବିଜୟ ପରିଡା, ବାଲୁଙ୍କେଶ୍ୱର ମହାପାତ୍ର, ଦିଲୁ ପ୍ରଧାନ, ବୁଲୁ ସାହୁ, ନିରଞ୍ଜନ ବିଶ୍ୱାଳ, ପ୍ରତାପ ପରିଡା, ବିଜୟ ସେଠୀ, ଉମେଶ ପଣ୍ଡା,  କାତ୍ତିକ ପ୍ରଧାନ, ଗଣେଶ ପ୍ରଧାନ, ସୁନୀଲ ମହାରଣା, ରାକେଶ ଜେନାଲିପ୍ତ ରଞ୍ଜନ ପ୍ରଧାନ ପ୍ରମୁଖ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୩/୨୦୨୨---୧,୫୦ ,   

Sakhigopal News, 21/3/2022

ads

Blog Archive

Popular Posts