ads

Breaking News

୫୦ ତମ ଆଚାର୍ଯ୍ୟ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

 The 50th Acharya Memorial Volleyball Tournament is celebrated.


ସାକ୍ଷୀଗୋପାଳ-------ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ସ୍ଥିତ ଆଚାର୍ଯ୍ୟ ଯୁବ ପରିଷଦ ପକ୍ଷରୁ ୫୦ତମ ଭଲିବଲ ଟୁର୍ଣ୍ଣାମେଣ୍ଟଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ୫ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ଭୁବନେଶ୍ୱରର ସଂକ୍ରଟାରିଂଟ ଭଲିବଲ ଦଳ ସହିତ ଲିଙ୍ଗରାଜ କ୍ଳବ ଦଳ ମଧ୍‌୍ରରେ ଅନୁଷ୍ଠିତ ହୋଇଥିଲା । ସଂକ୍ରାଟାରିଂଟ ଦଳ ଏ ବର୍ଷର ଚମ୍ପିୟାନ ହୋଇଥିବା ବେଳେ ଲିଙ୍ଗରାଜ ଦଳ ରନସ ହୋଇଥିଲେ । ତ୍ରିଲୋଚନ ଦାସ ଓ ବିଦୂତଭୂଷଣ ମିଶ୍ର ଖେଳ ପରିଚାଳନା କରିଥିଲେ । ପୁରଷ୍କାର ବିତରଣ ଉତ୍ସବରେ ଅତିଥି ଭାବେ ନବ ନିର୍ବାଚିତ ସରପଞ୍ଚ ଜିତେନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ଦାସ, ବିଷ୍ଠୁ କର , ରାମଶଙ୍କର ନନ୍ଦ,ମୃତୁଞ୍ଜୟ ମିଶ୍ର, ହରିବନ୍ଧୁ ପ୍ରଧାନ ପ୍ରମୁଖ ଯୋଗଦେଇ ଚମ୍ପିୟାନ ଓ ରନସ ଦଳକୁ ନଗଦ ଅର୍ଥ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଯୁବପରିଷଦର ସଭାପତି ଅଜିତ କୁମାର ନନ୍ଦ, ସମ୍ପାଦକ ପବିତ୍ର କୁମାର ମିଶ୍ର, ଉପଦେଷ୍ଠା ପ୍ରଭାକର ତ୍ରିପାଠୀ, ସଂଗ୍ରାମ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମାନସ ମିଶ୍ର, ଜଗନ୍ନାଥ ମହାପାତ୍ର, ଆଶୁତୋଷ ତ୍ରିପାଠୀ, ବିଶ୍ୱଜିତି ଦାସ, ତପନ ଦାସ, ବିନାକ ଶ୍ରୀ ନାୟକ ମିଶ୍ର, ରାମ ପ୍ରକାଶ ମିଶ୍ର, କ୍ଷୀରୋଦ ମିଶ୍ର, ସନ୍ତୋଷ ମହାପାତ୍ର, ଅବିନାସ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୩/୨୦୨୨---୮,୧୦  

 Sakhigopal News, 20/3/2022

ads

Blog Archive

Popular Posts