ads

Breaking News

ପରିବେଶବିତ୍ ଙ୍କ ଦ୍ଵାରା ଘରଚଟିଆ ସୁରକ୍ଷା ଅଭିଯାନ ଆରମ୍ଭ

Environmentalists have launched a domestic security campaign


ଓଡ଼ଗାଁ:- ମାର୍ଚ୍ଚ ୨୦ ତାରିଖ ରେ ବିଶ୍ୱ ଘରଚଟିଆ ଦିବସ କୁ ଆଖି ଆଗରେ ରଖି ପରିବେଶବିତ୍ ଙ୍କ ଦ୍ଵାରା ଦୋଳ ଉତ୍ସବ ଅବସରରେ ଓଡ଼ଗାଁ ରେ ଘରଚଟିଆ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଯାଇଛି। 
                     ଅବାଧ ଗଛ କଟା, ଜଙ୍ଗଲ ରେ ନିଆଁ, ଓ ଚାଷଜମି ରେ ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ ଯୋଗୁ ବିଭିନ୍ନ ପକ୍ଷୀଙ୍କ ସମେତ ଘରଚଟିଆ ମାନଙ୍କ ବଂଶ ବିଲୁପ୍ତ ହେବାକୁ ବସିଲାଣି।ଏହି ପରିପ୍ରେକ୍ଷୀରେ ଘରଚଟିଆ ମାନଙ୍କ ବଂଶ ର ସୁରକ୍ଷା ପାଇଁ ସ୍ଥାନୀୟ ପରିବେଶବିତ୍ ମାନଙ୍କ ପ୍ରଚେଷ୍ଟାରେ ଓଡ଼ଗାଁ ଶ୍ରୀ ରଘୁନାଥ ମନ୍ଦିର ଠାରୁ ଘରଚଟିଆ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଯାଇଛି। 
                       ଏହି ସୁରକ୍ଷା ଅଭିଯାନରେ ଗ୍ରୀନ ୟାର୍ଥ , ନୟାଗଡ଼ର ପ୍ରତିଷ୍ଠାତା ତଥା ଯୁବ ଇଂଜିନିଅର ଆଦିତ୍ୟ ଦାସ, ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ, ପରିବେଶ କର୍ମୀ ସୁକାନ୍ତ ଚୌଧୁରୀ, ପ୍ରକୃତି ବନ୍ଧୁ ରଞ୍ଜନ କୁମାର ଦାସ, ରଘୁନାଥ ମନ୍ଦିର ପରିଚାଳକ ଜିତେନ୍ଦ୍ର ମହାପାତ୍ର, ଶିକ୍ଷକ ସାଥି ପଞ୍ଚାନନ ପଣ୍ଡା, ପ୍ରମୁଖ ପରିବେଶବିତ୍ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ପ୍ରକୃତି ସୁରକ୍ଷା ଦିଗରେ ଘରଚଟିଆ ମାନଙ୍କ ଉପସ୍ଥିତ ବର୍ଣ୍ଣନା କରିଥିଲେ। ଯୁବ ପରିବେଶବିତ୍ ପତିତପାବନ ପ୍ରୁଷ୍ଟି, ଓ ଦିବାକର ମଙ୍ଗରାଜ ଏଥିରେ ସକ୍ରିୟ ସହଯୋଗ କରିଥିଲେ। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୮/୩/୨୨----୮,୧୦  Sakhigopal News,18/3/2022

ads

Blog Archive

Popular Posts