ads

Breaking News

ଓଡ଼ଗାଁ ବ୍ଳକ ଅଧ୍ଯକ୍ଷ ଭାବେ ନିର୍ବାଚିତ ହେଲେ ଲୋକନାଥ ସାହୁ

Loknath Sahu was elected as the Chairman of Odgaon Block.


ଓଡ଼ଗାଁ:- ବହୁ ପ୍ରତିକ୍ଷାର ଅନ୍ତ ଘଟିଛି। ଅନେକ କଳ୍ପନାଜଳ୍ପନା ର ଅନ୍ତ ଘଟି ନିର୍ଦ୍ୱନ୍ଦ୍ୱରେ ଓଡ଼ଗାଁ ବ୍ଲକ ଅଧ୍ଯକ୍ଷ ର ବିଜୟ ମୁକୁଟ ପିନ୍ଧିଛନ୍ତି ଲୋକନାଥ ସାହୁ (ମିଟୁ)।  ଲୋକନାଥ ଙ୍କ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ଶିଖରପୁର ପଞ୍ଚାୟତରୁ ସରପଞ୍ଚ ଓ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବିଜେପି ନେତା ସନ୍ନ୍ୟାସୀ ପ୍ରଧାନ। କିନ୍ତୁ ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ କୌଣସି କାରଣରୁ ସେ ସମିତିସଭ୍ୟ ପଦବୀରୁ ନୟାଗଡ଼ ଉପଜିଲ୍ଲାପାଳ ଙ୍କ ନିକଟରେ ନିଜ ଇସ୍ତଫା ଦେଇଥିଲେ। ଫଳରେ ଲୋକନାଥଙ୍କ ଅଧ୍ଯକ୍ଷ ପଦବୀ ପାଇଁ ରାସ୍ତା ସଫା ହୋଇଯାଇଥିଲା। ଆଜି ନିର୍ଦ୍ୱନ୍ଦ୍ୱରେ ଲୋକନାଥ ସାହୁ ଓଡ଼ଗାଁ ବ୍ଲକ ଅଧ୍ଯକ୍ଷ ଭାବେ ନିର୍ବାଚିତ ହେବା ପରେ କର୍ମୀ ଓ ସମର୍ଥକ ଙ୍କ ଦ୍ୱାରା ଲୋକନାଥ ଙ୍କୁ ଶୁଭେଚ୍ଛା ପ୍ରଦାନ କରାଯିବା ସହ ବିଜୟ ଶୋଭାଯାତ୍ରା କରାଯାଇଥିଲା। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୨/୩/୨୨----୩,୫୦ Sakhigopal News,12/3/2022

ads

Blog Archive

Popular Posts