ads

Breaking News

ଗ୍ରାମ ମାନଙ୍କରେ ଦୋଳ ଯାତ୍ରା ଆରମ୍ଭ

In the villages, the wave procession begins

 ସାକ୍ଷୀଗୋପାଳ---- ଫଗୁଦଶମୀ ତିଥି ଅନୁଯାୟୀ ବିଭିନ୍ନ ଗ୍ରାମ ମାନଙ୍କରେ ଠାକୁରଙ୍କୁ ଫଗୁଲାଗି କରାଯିବା ସହ ଦୋଳଯାତ୍ରା ଆରମ୍ଭ ହୋଇଯାଇଛି । ଗ୍ରାମ ମାନଙ୍କରେ ଥିବା ଦୋଳବେଦୀ ଗୁଡିକ ରଙ୍ଗ ହେବା ସହ ଛାମୁଣ୍ଡିଆ ହେବା ସହ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସୁସଜିତ ହୋଇଛି ।  ଠାକୁରଙ୍କୁ ନୂତନବସ୍ତ୍ର ପରିଧାନ କରାଯାଇ ସୁସଜିତ ଦୋଳରେ ଗ୍ରାମ ପରିକ୍ରମା କରାଯିବା ସହ ଦୁଆରିଭୋଗ ଖାଇଛନ୍ତି । ଏଥିଯୋଗୁ ଗ୍ରାମ ଦାଣ୍ଡ ଗୁଡିକ ସଫା ସୁତରା କରାଯିବା ସହ ରଙ୍ଗ ବେରଙ୍ଗ ଆଲେକମାଳା ନିଜନିଜ ଘର ଆଗରେ ସଜିତ କରାଯାଇଥିବାର ଦେଖାଯାଇଥିଲା  । ପୂର୍ଣ୍ଣକୁମ୍ଭ ଘଡି ସ୍ଥାପନ ସହ ଦ୍ୱୀପ ଆଲେକରେ ଗ୍ରାମ ଦାଣ୍ଡ ଆଲେକିତ ହୋଇ ଉଠିଛି । ବିଶ୍ୱନାଥପୁର ଶାସନ ଗ୍ରାମରେ ଗୋପୀନାଥ ଦେବ, ବରାଳବାଲୁଙ୍କେଶ୍ୱର, ବିଦ୍ୟାଧରପୁରରେ କୁଣ୍ଡେଳେଶ୍ୱର, ବଳପୁରରେ ବାଲୁଙ୍କେଶ୍ୱର, ପରଜାପଡାରେ ଶ୍ରୀଲକ୍ଷ୍ମୀନାରାୟଣ, ସୁଆଣ୍ଡୋରେ ଶ୍ରୀ ବିନୋଦ ବିହାରୀ ଦେବ, ଶ୍ରୀରାମଚନ୍ଦ୍ରପୁର ଶାସନରେ ଗୋପିନାଥ, ବୀରରାମଚନ୍ଦ୍ରପୁରରେ ପୋନିନାଥ, ସୁଆରସାହି ଅନ୍ତେଶ୍ୱର, ନୁଆଗଁରେ ମଦନମୋହନ  ସେହିପରି ବିଭିନ୍ନ ଗ୍ରାମ ମାନଙ୍କରେ ପୂଜିତ ରାଧାକୃଷ୍ଣଙ୍କ ସହ ମହାଦେବ ଦୁଆରି ଭୋଗ ଖାଇଥିଲେ । ସେହିପରି ମଠ ମାନଙ୍କରେ ପୂଜିତ ପୋଥି ଗୁଡିକୁ ଫଗୁ ଲାଗି କରାଯାଇଥିଲା । ଦୋଳ  ଭୋଗରେ ଫଳମୂଳ ସହ ଖଇକୋରା, ଶାକର, ଫେଣି, କଦଳୀ, ଚୁଡାଘଷା,  ପଇଡ ଆଦି ଭୋଗ କରାଯାଇଥିଲେ ମଧ୍ୟ ମୁଖ୍ୟ ଭୋଗ ହେଉଛି ଚଣା । ଦୋଳଭୋଗରେ ଚଣା ମୁଖ୍ୟ ଭୋଗ ସାଜିଥାଏ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୩/୨୦୨୨---୫,୨୦

ads

Blog Archive

Popular Posts