ପେଣ୍ଠପଡା ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଲେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ । ଅନ୍ୟ ତମ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରି, ସରପଞ୍ଚ ବାସନ୍ତୀ ବେହେରା, ସମିତି ସଭ୍ୟା ଗିତାଞ୍ଜଳି ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ବିଡ଼ିଓ କ୍ଷୀରୋଦ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ଳକ ଦେଇ , ଅଙ୍ଗନବାଡି କର୍ମୀ, ଶିକ୍ଷକ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ । ସେହିପରି ଗୋପାଳପୁର ପାଟଣା ଠାରେ ଅନୁଷ୍ଠିତ ଉତ୍ସବରେ ଅତିଥି ମାନେ ଯୋଗ ଦେଇ ୧୦ ଜଣଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୧୩/୧୦/୨୦୨୧---୧୦,୩୦ Sakhigopal News,13/10/2021




