ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ବିଧାୟକ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତ ଠାରୁ ବିଧାୟକ ଉମାକାନ୍ତ ସାମନ୍ତରାୟ ପେଣ୍ଠପଡା, ଜୟପୁର, ବିଶ୍ୱନାଥପୁର, ଦୁଗଲ ଓ ମୂଳଅଳସା ଗ୍ରାମ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ସରପଞ୍ଚ , ବିଜେଡି କର୍ମୀ ମାନେ ମାନେ ବିଧାୟକଙ୍କୁ ସ୍ୱାଗତ କରି ବଣ୍ଟନ ସ୍ଥଳକୁ ପାଛୋଟି ନେଇଥିବାର ଦେଖାଯାଇଥିଲା । ବିଧାୟକ ଶ୍ରୀ ସାମନ୍ତରାୟ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ସ୍ମାର୍ଟ କାଡ=ର୍ ଯୋଜନା ସବୁଠାରୁ ନିଆରା ଯୋଜନା ବୋଲି କହିଥିଲେ । ପ୍ରତି ପରିବାରଙ୍କୁ ଏକ ସଙ୍ଗେ ଦୁଇଟି କାର୍ଡ ଯୋଗାଇ ଦିଆଯାଇଛି । ଗୋଟିଏ କାର୍ଡ ହଜିଗଲେ ଅନ୍ୟ କାର୍ଡଟି ବ୍ୟବହାର କରି ହେବାର ସୁବିଧା ସୁଯୋଗ ରହିଛି ବୋଲି ବିଧାୟକ ଶ୍ରୀ ସମାନ୍ତରୟ କହିଥିଲେ । ବଣ୍ଟନ ଉତ୍ସବରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ପେଣ୍ଠପଡା ସରପଞ୍ଚ ବାସନ୍ତୀ ବେହେରା, ଜୟପୁର ସରପଞ୍ଚ ବିଶ୍ୱଜିତି ମହାପାତ୍ରଙ୍କ ସହିତ ବ୍ଳକ ମହିଳା ନାରୀ ନେତ୍ରୀ ଯମୁନା ବେହେରା ଓ ବିଭିନ୍ନ ସରପଞ୍ଚ . ସମାଜସେବୀ ଶଙ୍କର ପ୍ରଧାନଙ୍କ ସହିତ ସମିତିସଭ୍ୟସଭ୍ୟା ଓ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ । ବିଡିଓ କ୍ଷୀରୋଦ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବିଧାୟକ ପ୍ରତି ପଞ୍ଚାୟତରେ କିଛି ହିତାଧିକାରିୀଙ୍କୁ କାର୍ଡ ବଣ୍ଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବଣ୍ଟନ ଉତ୍ସବ ସ୍ଥଳରେ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୧୩/୧୦/୨୦୨୧----୬,୨୦ Sakhigopal News,13(10/2021


