ads

Breaking News

ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ; ପରକୀୟା ପ୍ରିତୀ କାଳ ହେଲା , ଡ଼ାକିନେଇ ହତ୍ୟା , ମାଟିଖୋଳି ପୋତି ଦେଇଥିଲେ

 
 ଭଞ୍ଜନଗର--- ସଂପର୍କୀୟ ଭାଉଜ ସହ ଅନୈତିକ ସମ୍ପର୍କ ସନ୍ଦେହରେ , ଦୁଇ ସଂପର୍କୀୟ ଭାଇ ଏବଂ କିଛି ସହଯୋଗୀ ଙ୍କ ସହାୟତା ରେ ଯୁବକକୁ ହତ୍ୟା କରାଯାଇଛି । ହତ୍ୟା ପରେ ମୃତଦେହ କୁ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ପୋତି ଦେଇଥିଲେ ହତ୍ୟାକାରୀ । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ମଳିଙ୍ଗି ଗାଁ ନିକଟରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତ ଯୁବକ ସୁଗମ ଗ୍ରାମର ଯୋଗୀ ନାଇକ ଙ୍କ ପୁଅ ମାଧବ ନାଇକ । ସେହି ଗାଁ ର ଜଣେ ସଂପର୍କୀୟ ଭାଉଜ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି , ସଂପୃକ୍ତ ମହିଳାଙ୍କ ସ୍ବାମୀ, ସମ୍ପର୍କୀୟ ଭାଇ ଓ ମାଧବ ଙ୍କ ମଧ୍ୟରେ  ଗଣ୍ଡଗୋଳ ମଧ୍ୟ ହୋଇଥିଲା । ଏହାପରେ ମାଧବ , ଜଣେ ସଂପର୍କୀୟ ଙ୍କ ଘରେ ଆତ୍ମଗୋପନ କରିଥିଲା ।  ଗତ ଗୁରୁବାର ଦିନ ମାଧବ ନିଜ ଘରକୁ ଫେରିଥିବା ବେଳେ , ସଂପୃକ୍ତ ସଂପର୍କୀୟ ଭାଇ ଓ କିଛି ସହଯୋଗୀ , ମଳିଙ୍ଗି ଗାଁ ନିକଟ ଏକ କାଜୁ ଜଙ୍ଗଲରେ ଏକ ଲୁହାଛଡ ରେ ପିଟି ହତ୍ୟା କରିଥିଲେ ।  ମାଟି ଖୋଳି  ଅଭିଯୁକ୍ତ ମାନେ ପୋତିଦେଇଥିଲେ । ତେବେ ଘଟଣା କୁ ୬ଦିନ ବିତି ଯାଇଥିବା ବେଳେ , ଏନେଇ ମୃତକଙ୍କ ପରିବାର ଲୋକେ , ଜଗନ୍ନାଥପ୍ରସାଦ ଥାନାରେ ଜଣାଇଥିଲେ । ହତ୍ୟା କରିଥିବା ସଂପର୍କୀୟ ଭାଇ ବିଷୟରେ ଖବରପାଇ ପୋଲିସ ତାକୁ ଗିରଫ କରିଥିଲା । ଘଟଣା ସଂପର୍କରେ ଅଭିଯୁକ୍ତ ଜଣକ ସବୁ ମାନି ଯାଇଥିଲା ଏବଂ ମୃତଦେହ ପୋତା ଯାଇଥିବା ସ୍ଥାନ ଦେଖାଇଥୁଲା । ପୋଲିସ ଘଟଣା ସ୍ଥଳରୁ ମାଟିଖୋଳି ମୃତ ଦେହକୁ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣା ସ୍ଥଳରୁ ହତ୍ୟାକାଣ୍ଡ ରେ ବ୍ୟବହୃତ ଏକ ଲୁହାଛଡ କୁ ଜବତ କରିଛି ପୋଲିସ । ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ଙ୍କୁ ଧରିବାପାଇଁ ଚଢାଉ ଆରମ୍ଭ ହୋଇଛି । ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଥାନାଧିକାରୀ ଘଟଣାର ଗୁରୁତ୍ବ କୁ ଦୃଷ୍ଟିରେ ରଖି ଛାନଭିନ୍ ଆରମ୍ଭ କରିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୧୦/୨୦୨୧---୧୦,୨୦ 
Sakhigopal News,12/10/2021

ads

Blog Archive

Popular Posts