ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କଲେ ବିଧାୟକ
ଡେଲାଙ୍ଗ----- ବିଧାୟକ ରୁଦ୍ର ପ୍ରତାପ ମହାରଥି ରବିବାର ଦିନ ଡେଲାଙ୍ଗ ବ୍ଲକର ୫ଟି ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାଟ କାର୍ଡ ହିତାଧିକାରୀ ମାନଙ୍କୁ ବଣ୍ଟନ କରିଛନ୍ତି । ନବ ନିର୍ବାଚିତ ବିଧାୟକ ରୁଦ୍ରପ୍ରତାପଙ୍କୁ ପଞ୍ଚାୟତ ତରଫରୁ ପ୍ରଥମେ ଫୁଲତୋଡା ଦିଆଯାଇ ସ୍ୱାଗତ କରାଯାଇଥିଲା । ଡେଲାଙ୍ଗ ବ୍ଲକର ଧାନକେରା,ଅଭୟମୁଖି,ଶ୍ରୀପୁରୁଷୋତ୍ତମପୁର,ଜେନାପୁର ଓ ଗୁଆଳିପଡା ପଞ୍ଚାୟତରେ ବିଧାୟକ ଶ୍ରୀମହାରଥି ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସ୍ମାର୍ଟ କାର୍ଡର ବ୍ୟବହାର ସମ୍ପର୍କରେ ହିତାଧିକାରୀ ମାନଙ୍କୁ ବୁଝାଇବା ସହିତ କାର୍ଡ ବଣ୍ଟନ କରିଛନ୍ତି । ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ ଦିଲିପ କୁମାର ଷଡଙ୍ଗି,ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ,ଶ୍ରୀପୁରୁଷୋତମପୁର ସରପଞ୍ଚ ବାଲୁଙ୍କେଶ୍ୱର ମହାପାତ୍ର,ଜେନାପୁର ସମିତିସଭ୍ୟ ପ୍ରଭାତ ଜେନା,ଧାନକେରା ସରପଞ୍ଚ ପ୍ରସନ୍ନ ଜେନା,ଅଭୟମୁଖି ପଞ୍ଚାୟତର ସରପଞ୍ଚ ପ୍ରସନ୍ନ ପରିଡା , ଗୁଆଳିପଡା ସରପଞ୍ଚ କାଳନ୍ଦୀ ଚରଣ ଜେନା ଓ ସମିତିସଭ୍ୟ ବାସୁଦେବ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୦/୧୦/୨୦୨୧---୭,୫୫
Sakhigopal News, 10/10/2021


