ବିଦ୍ୟାଳୟରେ ପାଠ୍ୟ ଉପକରଣ ବଣ୍ଟନ ଓ ଚାରା ରୋପଣ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଚନ୍ଦ୍ର ବହ୍ମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଠଜଣ ମୋଧା ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି । ଗୋପ ଜୟନ୍ତୀ ଅବସରରେ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶଖା ଓ ରୋଟାରୀ କ୍ଳବ, ଭୁବନେଶ୍ୱରଙ୍କ ସହଯୋଗରେ ଆକ୍ୱାଗାର୍ଡ ପ୍ରଦାନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ କରାଯାଇଥିଲା । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବିଷ୍ଣୁ ମହାରଣା ଓ ପରିଚାଳନା କମିଟିର ସଭାପତି ଜୟକୃଷ୍ଣ ଭୋଇଙ୍କୁ ପରିଷଦ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆୟୋଜିତ ସଭାରେ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିଲେ । ସତ୍ୟବାଦୀ ଦାଶ, ନବଘନ ଶତପଥି, ରୋଟାରିଆନ ବିଜୟ କୁମାର ପ୍ରହରାଜ, ମୃଣାଳ କାନ୍ତ ନାୟକ, ସୁଦର୍ଶନ ପଟ୍ଟନାୟକ, ମମତା ଦାଶ, ବ୍ରହ୍ମାନନ୍ଦ ମହାରଣା, ଶିବ ପ୍ରସାଦ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ପତ୍ରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧୦/୨୦୨୧----୭,୩୦
Sakhigopal News, 10/10/2021


