ତାରସିଂ ଥାନା ପୋଲିସ ର ଚଢାଉ. ବିଦେଶୀ ମଦ ଜବତ: ଜଣେ ଗିରଫ
ଭଞ୍ଜନଗର-ତାରସିଂ ଥାନା ଅନ୍ତର୍ଗତ ମାଙ୍କଡକୂମ୍ପା ଗାଁ ନିକଟରେ ଥିବା ଏକ ଦେକାନ ଉପରେ ତାରସିଂ ଥାନା ପୋଲିସ ଚଢାଉ କରିଥିଲେ । ସେଠାରୁ ବିଭିନ୍ନ କମ୍ପାନୀ ର ୧୬ ଲିଟର ବିଦେଶୀ ମଦ ଜବତ କରିବା ସହ ଦୋକାନର ମାଲିକଙ୍କୁ ଗିରଫ କରିଛି ପୋଲିସ୍ । ପୋଲିସ ଦେଇଥିବା ସୂଚନା ପ୍ରକାରେ , ଗତ କିଛି ଦିନ ହେଲା ବେଆଇନ ଭାବେ ସଂପୃକ୍ତ ବ୍ୟବସାୟୀ ଜଣକ , ବିଦେଶୀ ମଦ ଆଣି ଦୋକାନରେ ବିକ୍ରି କରୁଥିଲେ । ଏ ସଂକ୍ରାନ୍ତରେ ତାରସିଂ ଥାନା ପୋଲିସ୍ ଖବର ପାଇ ଉକ୍ତ ଦୋକାନ ଉପରେ ଚଢାଉ କରିଥିଲା । ଏ ନେଇ ତାରସିଂ ଥାନା କେସ ନଂ୨୬୪/୨୧ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୦/୨୦୨୧---- ୯,୩୦ Sakhigopal News,10/10/2021


