ads

Breaking News

ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହେଲେ ବହୁ ସାମାଜିକ ସଂଗଠନ



ରଣପୁର-----ଆଜି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ବିନୋଦପଡା ସ୍ଥିତ ଦକ୍ଷିଣକାଳୀ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ଜିଲ୍ଲାରେ ବସବାସ କରୁଥିବା ଶୈବ ସମ୍ପ୍ରଦାୟ ସମେତ ଜିଲ୍ଲାର ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ଏବଂ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ନେହୁର ଯୁବ କେନ୍ଦ୍ର ସଂଗଠନ ରଣପୁର ଶାଖାର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧୁନା ଏନ,ୱାଇ, କେ,ଏସ(NYKS)ପକ୍ଷରୁ ଦେଶବ୍ୟାପୀ ଚାଲିଥିବା କ୍ଲିନ ଇଣ୍ଡିଆ ବା ସ୍ଵଛ ଭାରତ କାର୍ଯ୍ୟକ୍ରମ ଆଧାରରେ ଆଜି ଉକ୍ତ ମନ୍ଦିର ପରିସରରୁ ଅଦରକାରୀ ଆବର୍ଜନା ପରିଷ୍କାର କରାଯାଇ ସେଗୁଡିକୁ ଅଞ୍ଚଳ ବାହାରେ କମ୍ପୋଷ୍ଟ କରା ଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ସାମାଜିକ ଅନୁଷ୍ଠାନ ମଧ୍ୟରେ ରାଜସୁନାଖଳା ମହୋତ୍ସବ କମିଟି,ନରେନ୍ଦ୍ରପୁର ବିକାଶ ପରିଷଦ,ଏବଂ ମୋ ଗାଁ ମହୋତ୍ସବ କମିଟିର ସ୍ୱେଚ୍ଛାସେବୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।ମନ୍ଦିର ପରିସର କୁ ସଫେଇ କରାଯିବ ସହ ବିଶୋଧକ ଦ୍ୱାରା ବିଶୋଧନ ମଧ୍ୟ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଶିଵଶକ୍ତି ମନ୍ଦିର ପୂଜକ ସଙ୍ଘର ସମ୍ପାଦକ ପରମ ଶୈବ ଲକ୍ଷ୍ମୀଧର ମହାପାତ୍ର,ମୁଖପାତ୍ର ପ୍ରଦୀପ କୁମାର ରଣା,ନରେନ୍ଦ୍ରପୁର ବିକାଶ ପରିଷଦର ସମ୍ପାଦକ ସମାଜସେବୀ ତ୍ରିନାଥ ରାଉତ,ମୋ ଗାଁ ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ, ଏବଂ ରାଜସୁନାଖଳା ମହୋତ୍ସବ କମିଟି ସମ୍ପାଦକ ଚିତରଞ୍ଜନ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ନେହୁର ଯୁବ କେନ୍ଦ୍ର ସଂଗଠନର ଏନ,ୱାଇ, କେ,ଏସ ଅପର୍ଣ୍ଣା ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ରଣପୁରରୁ---ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ,୧୦/୧୦/୨୦୨୧---- ୧୦,୧୦  Sakhigopal News,10/10/2021

ads

Blog Archive