ଓଏଏସ୍ ପରିକ୍ଷାରେ କୃତିତ୍ୱ ପାଇଁ ଅନୁପ ପରମଗୁରଙ୍କୁ ଶୁଭେଛା
ଡେଲାଙ୍ଗ -----ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସର୍ବ ପୁରାତନ ଶିକ୍ଷାନୁଷ୍ଠ।।ନ ମହତାବ ଉଚ୍ଚ ବିଦ୍ୟାଳୟର ୨୦୦୬ ମାଟ୍ରିକ ବ୍ୟାଚ୍ ର ଛାତ୍ର ଅନୁପ ପରମଗୁରୁ ୨୦୧୯-୨୦ ବ୍ୟାଚ୍ (ଓଏଏସ୍) ପରିକ୍ଷାରେ ୫୧ ତମ ସ୍ଥାନରେ କୃତିତ୍ୱ ଅର୍ଜନ କରି ସଫଳତା ହାସଲ କରିଛନ୍ତି । ଓଡିଶା କୃଷି ବିଶ୍ୱବିଦ୍ୟାଳୟ (ଓୟୁଏଟି)ରୁ ସ୍ନାତକ ଡିଗ୍ରୀ ପାଇବା ପରେ ବ୍ୟାଙ୍କ ଓ ବିଭିନ୍ନ କମ୍ପାନୀ ଚାକିର ଛାଡି ଦୀର୍ଘ ଆଠ ବର୍ଷ ଓଏଏସ ପାଇଁ ଅକ୍ଲାନ୍ତ ପରିଶ୍ରମ କରିବା ପରେ ସେ ଏହି ବିଭାଗରେ କୃତିତ୍ୱ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଡେଲାଙ୍ଗ ଅଂଚଳ ସମେତ ମହତାବ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମନରେ ଆନନ୍ଦ ଉତ୍ସାହ ଭରି ଦେଇଛି । ତାଙ୍କର ଏହି ପ୍ର୍ରଚେଷ୍ଟା ଓ ଦୃଢ ମନୋଭାବ ଡେଲାଙ୍ଗ ବ୍ଲକର ଛାତ୍ରଛାତ୍ରୀମାନଙ୍କ ପାଇଁ ଭବିଷ୍ୟତ ଆଶା ଉଜିବିତ୍ ଆଣିଦେଇଛି । ତାଙ୍କର ଏହି ସଫଳତା ପାଇଁ ବୁଦ୍ଧିଜୀବୀମାନେ ଅନୁପଙ୍କ ସଫଳ ଭବିଷ୍ୟତ କାମନା କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୧୦/୨୦୨୧
Sakhigopal News, 11/10/221


