ads

Breaking News

ପିକଅପ୍ ଭ୍ୟାନ୍ ସହ ବାଇକ୍ ମୁହାଁମୁହିଁ ଧକ୍କା , ବାଇକ୍ ଚାଳକଙ୍କ ମୃତ୍ୟୁ

 
ଭଞ୍ଜନଗର--- ବେଲଗୁଣ୍ଠା ଥାନା ଅନ୍ତର୍ଗତ ବରଗାଁ  ନିକଟରେ ଏକ ମାଲ୍ ବୋଝେଇ ଟାଟା ମ୍ୟାଜିକ ସହ ପଲସର ବାଇକ୍ ର ମୁହାଁମୁହିଁ ଧକ୍କା ହୋଇଥିଲା।  ଫଳରେ ବାଇକ୍  ଚାଳକ ଛିଟିକି ପଡ଼ିଥିଲେ ।  ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ  ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହତ  ବାଇକ୍ ଚାଳକକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପ୍ରକାରେ ପିକଅପ୍ ଭ୍ୟାନ୍ ଟି ଜଗନ୍ନାଥପ୍ରସାଦ ରୁ ଭଂଜନଗର ଯାଉଥିବା ବେଳେ , ବାଇକ୍ ଟି ବେଲଗୁଣ୍ଠା ରୁ ବରଗାଁ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଖବର ଲେଖା ଶେଷ ସୁଧା ମୃତକର ପରିଚୟ ଜଣାପଡିନଥିଲା  । ଘଟଣା ସଂକ୍ରାନ୍ତରେ ତଦନ୍ତ ଚଳାଇଛି ବେଲଗୁଣ୍ଠା ଥାନା ପୋଲିସ ।
 ଭଂଜନଗର ରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୧୦/୨୦୨୧---୯,୪୦  Sakhigopal News,10/10/2021 

ads

Blog Archive