ଗାଁ ଦାଣ୍ଡରେ ଭାସୁଛି ପାଣି ; ବିଭାଗୀୟ ଅଧିକାରୀ ଦେଖି ନ ଦେଖିଲା ପରି
ସାକ୍ଷୀଗୋପାଳ -----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆସମେଶ୍ୱରପୁର ଗ୍ରାମ ପଞ୍ଚାୟତର ସମେଶ୍ୱରପୁର ଗ୍ରାମ ଦାଣ୍ଡରେ ପାନୀୟ ଜଳ ଭାସୁଛି । ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ବା ପଞ୍ଚାୟତ ଅଧିକାରି କେହି ଶୁଣିବାକୁ ପ୍ରସ୍ତୁତି ନାହାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି । ସୁଚନାଯୋଗ୍ୟ ରେ ମାଟି ତଳେ ଯାଇଥିବା ପାନୀୟ ଜଳ ପାଇପି ଫାଟି ଯିବାରୁ ସେଠାରେ ପାଣି ବୋହିକି ରାସ୍ତା ସାରା ହେଉଛି । ବିଶେଷ କରି ଦିନକୁ ଦୁଇଥର ଏହି ଅବସ୍ଥା ଲାଗି ରହୁଛି । ପାଣି ଯୋଗାଣ ହେବା ସମୟରେ ଏହି ସମସ୍ୟା ଦେଖାଯାଉଛି । ଏକମାସ ହେବ ପାଣି ଯୋଗାଣ ହେଲେ ସମେଶ୍ୱରପୁର ଗ୍ରାମ ଦାଣ୍ଡ ରାସ୍ତାରେ ପାଣି ଜମା ହୋଇ ରହୁଛି । ତୁରନ୍ତ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୦/୨୦୨୧---୮,୩୦
Sakhigopal News, 8/10/2021


