ନବ ନିର୍ବାଚିତ ବିଧାୟକଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ
ଡେଲାଙ୍ଗ ------ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳିର ନବ ନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥି ଶୁକ୍ରବାର ଦିନ ଡେଲାଙ୍ଗ ବ୍ଲକର ୫ଟି ପଞ୍ଚାୟତରେ ପହଞ୍ଚି ହିତାଧିକାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପ୍ରଦାନ କରିଛନ୍ତି । ପିପିଲିର ଉପନିର୍ବାଚନରେ ଦିବଙ୍ଗତ ବିଧାୟକ ସ୍ୱର୍ଗତଃ ମହାରଥିଙ୍କ ସୁପୁତ୍ର ରୁଦ୍ର ପ୍ରତାପ ମହାରଥି ବିଜୟୀ ହେବାପରେ ପ୍ରଥମ କରି ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଗ୍ରସ୍ଥ କରିଥିଲା । ପ୍ରଥମେ କଲ୍ୟାଣପୁର ପଞ୍ଚାୟତ ପରେ ମୁନିଦା,ଡେଲାଙ୍ଗ କୋଠବାଡ,ବେରବୋଇ ଓ ରେଞ୍ଚ ପଞ୍ଚାୟତରେ ପହଞ୍ଚି ଥିଲେ । ନବନିର୍ବାଚିତ ଯୁବ ବିଧାୟକ ଶ୍ରୀମହାରଥିଙ୍କୁ ପଞ୍ଚାୟତ ତର‘ରୁ ‘ୁଲ ତୋଡା ଉତରୀୟ ଦେଇ ସ୍ୱାଗତ କରାଯାଇଥିଲା । ସେଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧୀକାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ଜୁନିୟର ଶ୍ରୀ ମହାରଥୀ ।ଏହି କାର୍ଯ୍ୟକ୍ରମରେ ବ୍ଲକ ଅ୍ମକ୍ଷ ପ୍ରସନ୍ନ ସାହୁ,ବିଡିଓ ଦିଲିପ କୁମାର ଷଡଙ୍ଗି,ତହସିଲଦାର ମହେନ୍ଦ୍ର କୁମାର ବଢେଇ,ଜିଲ୍ଲାପରିଷଦ ପୁଷ୍ପାଞ୍ଜଳି ସାମଲ,ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ ପ୍ରମୁଖଙ୍କ ସହିତ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୦/୨୦୨୧---୮୪୫
Sakhigopal News, 8/10/2021


