ads

Breaking News

ସାକ୍ଷୀଗୋପିନାଥଙ୍କ ହୁଣ୍ଡି ଖୋଲିଲା ;ମିଳିଲା ୩ ଲକ୍ଷ ୭୦ହଜାର ୫୮୦ଟଙ୍କା ଓ ରୂପା ଅଳଙ୍କାର


 ସାକ୍ଷୀଗୋପାଳ ------ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ପରିସରରେ ବସାଯାଇଥିବା ହୁଣ୍ଡି ଖୋଲାଯାଇଛି । ସେଥିରୁ ୩ଲକ୍ଷ  ୭ହଜାର ୫୮୦ଟଙ୍କା ମିଳିଥିବା ବେଳେ ଭିକ୍ଟେରିଆ ରାଣୀଙ୍କ ଚିତ୍ର ଥାଇ ୨୦ ଗ୍ରାମର ରୂପା ପଦକ, ଗାଈ ବାଛୁରୀ ଚିହ୍ନ ଥାଇ ୧ଟି, ରୂପା ପାତିଆରେ ଗାଈ ଚିହ୍ନ ଥାଇ ୧ଟି, ବିଶାଖା ବେଳପତ୍ର ତିନୋଟି ଛୋଟ, ରୁପା ପାତିଆ ତୁଳସିପତ୍ର ଚିହ୍ନ ଥାଇ ୧ଟି, ରୁପାର ତୁଳସୀ ପତ୍ର ବଡ ଦୁଇଟି ଓ ସାନ ୪ଟି, ନୁଆ ମିନା ୧ଟି, ଶାଖା ବେଳପତ୍ର ୧ଟି, ଗୋଡ ମୁଦି ରିଙ୍ଗ ୧ଟି, ଛୋଟ ଫୁଲ ୧ଟି ମିଳିଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ପ୍ରଧାନଙ୍କ ଠାରୁ ସୁଚନା ମିଳିଛି । ଶେଷ ଥର ପାଇଁ ୧୬-୧୧-୨୦୧୯ ମସିହାରେ ହୁଣ୍ଡି ଖୋଲିଥିଲା । ସତ୍ୟବାଦୀ ତହସିଲଦାର ତଥା ବିଡିଓ କ୍ଷୀରୋଦ କୁମାର ବେହେରା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ପ୍ରଧାନ, ସେବାୟତ ସଂଘର ସଭାପତି ରାମଚନ୍ଦ୍ର ମହାପାତ୍ର, ଥାନାର ଏଏସଆଇ ବୈଷ୍ଠବ ମହାରଣା . ମନ୍ଦିର ସୁପରଭାଇଜର ବିଶ୍ୱନାଥ  ମହାପାତ୍ର , ପୂର୍ବତନ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡିର ଚାବି ଖୋଲାଯାଇ ଟଙ୍କା ଗଣତି କରାଯାଇଥିଲା । ମନ୍ଦିରର ଅମିନ ସୁବାଷ ଗଜେନ୍ଦ୍ର, କର୍ମଚାରୀ  ବିଭୁତି ବରାଳ, ମନରଞ୍ଜନ ମହାନ୍ତ. ଜଗଦୀଶ ସାହୁ ଓ ୟୂନିୟନ  ବ୍ୟଙ୍କର କର୍ମଚାରୀ ମାନେ ଗଣତିରେ ସହଯୋଗ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୦/୨୦୨୧---୮,୩୦ 

Sakhigopal News , 8/10/2021

ads

Blog Archive