ads

Breaking News

ଅପହୃତ ନାବାଳିକା ଉଦ୍ଧାର ଅଭିଯୁକ୍ତ ଟିଉସନ ଶିକ୍ଷକ ଥାନାରେ ଅଟକ


 ବାଲିଗୁଡା -  ଅପହୃତ ନାବାଳିକା ଙ୍କୁ ଉଦ୍ଧାର କଲା ଦାରିଙ୍ଗବାଡି ପୋଲିସ । ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗାଁର ସରିଫ ଡିଗାଲ ନାମକ ଜଣେ  ଟିଉସନ ଶିକ୍ଷକ ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମଜାଲ ରେ ଫସାଇ ଅପହରଣ କରିନେଇଥିବା ନେଇ ଦାରିଙ୍ଗବାଡି ଥାନାରେ ରେ ଅଭିଯୋଗ ହୋଇଥିଲା । ଏନେଇ ଦାରିଙ୍ଗବାଡି ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ । ଦାରିଙ୍ଗବାଡି ଥାନା  ପୋଲିସ କେସ ନମ୍ବର 157/2021ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା ।  ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ ରେ ଏସ ଆଇ ସୌମ୍ୟରଞ୍ଜନ ପଣ୍ଡା ରୀତିମତ ମୋବାଇଲ  ଟ୍ରାକିଙ୍ଗ କରି  ଅଭିଯୁକ୍ତ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ମୋବାଇଲ ଫୋନ ବ୍ୟବହାର କରୁନଥିବାରୁ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଥିଲା । ତଥାପି ପୋଲିସ ନାବାଳିକାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବାପାଇଁ ବିଭିନ୍ନ ଦିଗଉପରେ ତଦନ୍ତ କରିଥିଲା । ନାବାଳିକା ଅପହରଣରେ ସହଯୋଗ କରିଥିବା  ଦୁଇଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା  । କୋରାପୁଟ ଜ଼ିଲ୍ଲା ଦାମନଯୋଡି ଅଞ୍ଚଳରେ ଅଭିଯୁକ୍ତ ଟିଉସନ ଶିକ୍ଷକ ସରାଫ ଡିଗାଲ ଏକ ନିଜ ସମ୍ପର୍କୀୟ ଙ୍କ ସହାୟତାରେ ଏକ ଭଡା ଘରେ ରଖିଥିବା ନେଇ ପୋଲିସ ଖବର ପାଇଥିଲା । ଗୁରୁବାର ମଧ୍ୟ ରାତ୍ରୀ ରେ ନାବାଳିକା ଙ୍କୁ ଉଦ୍ଧାର କରି  ସି ଡବ୍ଲୁ ସି କୁ ପୋଲିସ ପଠାଇଛି । ଏବଂ ଅଭିଯୁକ୍ତ ରସିକିଆ ଟିଉସନ ଶିକ୍ଷକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ବିଳମ୍ବରେ ହେଲେ ମଧ୍ୟ ପରିବାର ଲୋକେ ନ୍ୟାୟ ପାଇ ଥିବାରୁ ମିଳିତ ନାଗରିକ କମିଟି ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପକୁମାର ଜେନା ଓ ବରିଷ୍ଠ ଭାଜପା ନେତା କମଳାକାନ୍ତ ପାଣ୍ଡେ ପୋଲିସ ଅଧିକାରୀ ଙ୍କୁ ସାଧୁବାଦ ଜଣାଇଛନ୍ତି ।ଥାନା ଅଧିକାରୀ କୌଶିକ ମାଝୀ ଓ ଏସ ଆଇ ସୋମ୍ୟରଞ୍ଜନ ପଣ୍ଡା ଦାରିଙ୍ଗବାଡି ଅଂଚଳରେ ଘଟୁଥିବା ଅପରାଧ ନିୟନ୍ତ୍ରଣ ନାବାଳିକା ଅପହରଣ ଘଟଣାରେ ଉଦ୍ଧାର କରିବାରେ ସଫଳହେଉ ଥିବା ନଜିର ରହିଛି । ଦାରିଙ୍ଗବାଡି ପୋଲିସର କାର୍ଯ୍ୟଦକ୍ଷତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ ,୯/୧୦/୨୦୨୧----୬,୩୦  Sakhigopal News,9/10/2021

ads

Blog Archive