ads

Breaking News

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ୧୪୪ତମ ଗୋପବନ୍ଧୁ ଜୟନ୍ତୀ ପାଳିତ


 କ୍ଷୀଗୋପାଳ ------ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ  ଦାସଙ୍କ ୧୪୪ ତମ ଜନ୍ମଜୟନ୍ତୀ  ସତ୍ୟବାଦୀରେ  ପାଳିତ ହୋଇଯାଇଛି । ବିଶେଷ କରି ତାଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରୁ ତାଙ୍କ କର୍ମୀପୀଠରେ ଜୟନ୍ତୀ ପାଳିତ  ହୋଇଯାଇଛି ।  ସୁଆଣ୍ଡୋ ସ୍ଥିତ ଷଠିଘରେ  ସାକ୍ଷୀଗୋପାଳ ବକୁଳବନ ସ୍ଥିତ  ସମାଧିପୀଠ ଓ ମନ୍ଦିର ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି, କାଦୁଆ ଆଶ୍ରମ ଓ ସାକ୍ଷୀଗୋପାଳ ଉଚ୍ଚ ବିଦ୍ୟାଳୟ, ବସଷ୍ଟାଣ୍ଡ ନିକଟ ପଞ୍ଚସଖାଙ୍କ ମଣ୍ଡପରେ ଗୋପବନ୍ଧୁ ପ୍ରେମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧୂପ,ଦୀପ ଦେଇ ଗୋପବନ୍ଧୁ ଅମର ରହେ ଆଦି ସ୍କୋଗାନ ଦେଇଥିଲେ । ସୁଆଣ୍ଡୋ ସ୍ଥିତ   ଗୋପବନ୍ଧୁଙ୍କ ଷଠି ଘରେ ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜୟନ୍ତୀ ପାଳିତ ହୋଇଯାଇଛିା  ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ଷଠିଘରକୁ ଆସୁଥିବା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଭାଷ ଚନ୍ଦ୍ର ନାଥ ଶର୍ମା,  ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ,ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା,  ବିଡିଓ କ୍ଷୀରୋଦ କୁମାର ବେହେରା, ସହକାରୀ ଯନ୍ତୀ ବିଶ୍ୱମୋହନ ପଟ୍ଟନାୟକ , ଡିପିଆରଓ ଜିତେନ୍ଦ୍ରିୟ ଜେନା, ବ୍ଳକ ବିଜେଡି ସଭାପତି ପ୍ରମୋଦ  ରାଉତରାୟ, ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଲା ପ୍ରରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ , ଆତ୍ମାର ସଭାପତି ରାମଚନ୍ଦ୍ର ମହାନ୍ତି, ସମାଜସେବୀ ଶଙ୍କର ପ୍ରଧାନ, ସୁରେଶ କୁମାର ସାହୁ,ଙ୍କ ସହିତ ବିଭିନ୍ନ ସରପଞ୍ଚ , ସମିତିସଭ୍ୟ ସଭ୍ୟ ମାନଙ୍କ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ମାନେ ଗୋପବନ୍ଧୁଙ୍କ ଷଠିଘରେ ପ୍ରତିମୂର୍ତ୍ତିରେ ଦୀପ, ଧୂପ ଦେଇ ମାଲ୍ୟର୍ପଣ କରିବା ସହ ଗୋପବନ୍ଧୁ ଅମର ରହେ ସ୍କୋଗାନ ଦେଇଥିଲେ ।

ସେହିପରି  କଂଗ୍ରେସ ଦଳର ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ  ପଞ୍ଚସଖା ସମାଧିପୀଠ ପରିସରରେ ଏକ ସର୍ବଧର୍ମ ପ୍ରାର୍ଥନାର ଆୟୋଜନ କରିଥିଲେ । ପରେ ପରେ ଷଠିଘରେ ଯାଇ ପୁଷ୍ପମାଲ୍ୟ ଦେଇଥିଲେ । ସେହିପରି ନବ ନିର୍ମାଣ କୃଷକ ସଂଗଠନର ସତ୍ୟବାଦୀ ଶାଖାର ସଭାପତି ଗୋବିନ୍ଦ ମହାପାତ୍ର , ନୀଳାଚଳ କୃଷକ ମହାସଂଘର ସତ୍ୟବାଦୀ ବ୍ଳକ ସଭାପତି ଶୁଶାନ୍ତ ଶତପଥୀ, ଉପଦେଷ୍ଠା ନିରଞ୍ଜନ ମହାପାତ୍ର, ବାବୁ ପରିଡା, ଫଗୁ ପରିଡା ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ବିଜେପି ଓ ପୁଜ୍ୟପୂଜା ଅନୁଷ୍ଠାନର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ଜଗଦେବ, କାମାକ୍ଷା ପ୍ରସାଦ ପ୍ରଧାନ, ପ୍ରାଚୁର୍ଯ୍ୟ ହୋତା, ବିଶ୍ୱଜିତି ବଡଜେନା, ଜିତୁଞ୍ଜୟ ମତଗଜ ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ ।  ସେହିପରି ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ସମାଧିପୀଠ, ବକୁଳବନ, ସାକ୍ଷୀଗୋପାଳ ବସଷ୍ଟାଣ୍ଡ ସ୍ଥିତ ପଞ୍ଚସଖାଙ୍କ ମଣ୍ଡପ, କାଦୁଆ ଆଶ୍ରମ ଅତିଥି ମାନେ ଫୁଲ ଦୀପ ପ୍ରଦାନ କରି ଗୋପବନ୍ଧୁ ଅମର ରହେ ଆଦି ସ୍କୋଗାନ ଦେଇଥିଲେ । 

ସେହିପରି କାଦୁଆ  ଆଶ୍ରମ ପରିସରରେ ସତ୍ୟବାଦୀ  ସେବା ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ଓ ଗୋପବନ୍ଧୁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୀଠରେ ପୁଷ୍ପାମଲ୍ୟ ଅର୍ପଣ କରାଯିବା ପରେ ଗୋପବନ୍ଧୁଙ୍କ ଆଦର୍ଶ ସବୁ ସମୟରେ ଜୀବୀତ ରହିଛି ଓ ରହିବ ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଭବମ ପ୍ରଧାନ କହିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ମାନେ ଉପସ୍ଥିତ ରହିଥିଲେ । ସେହିପରି  ବକୁଳବନ ମହୋସ୍‌ôବର କମିଟି ପକ୍ଷରୁ  ସଭାପତି ସାଧୁଚରଣ ବେହେରା ଉପଦେଷ୍ଟା ସଚୀକାନ୍ତ ବିଶ୍ୱାଳ, ବିହାରୀ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ଯଯାତି କେଶର ରାୟ,  ଉତ୍କଳ ସମ୍ମଳନୀ ପୁରୀ ଶଖା ପକ୍ଷରୁ ଭୀମସେନ ମହାପାତ୍ର  ପ୍ରମୁଖ  ଗୋପବନ୍ଧୁ ଜୟନ୍ତୀରେ ପ୍ରତିମୂର୍ତ୍ତି ଓ ସାମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।  ଭାରତ ବିକାଶ ପରିଷଦ  ସତ୍ୟବାଦୀ ଶଖା ପକ୍ଷରୁ ବୃକ୍ଷ ରୋପଣ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂତିର୍ତ୍ତିିରେ  ମାଲ୍ୟର୍ପଣ କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୦/୨୦୨୧---୭,୫୦  

Sakhigopal, 9/10/2021

ads

Blog Archive