ads

Breaking News

ଲରମ୍ଭା କଲେଜରେ ନାଭାଲ ଏନ.ସି.ସି କ୍ୟାଡେଟଙ୍କୁ ପ୍ରମାଣ ପତ୍ର ବଣ୍ଟନ

 
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ  ଲରମ୍ଭା  ମହାବିଦ୍ୟାଳୟ ଠାରେ ଚତୁର୍ଥ ଓଡିଶା ନାଭାଲ ଏନ.ସି.ସି ୟୁନିଟ ଭବାନୀପାଟଣା ର ଆୟୋଜିତ କ୍ୟାମ୍ପରେ ଅଂଶଗ୍ରହଣ କରିଥିବା ୨୫ଜଣ କ୍ୟାଡେଟ ଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି। କଲେଜ ଅଧ୍ୟକ୍ଷ  ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଡଃ ଅମୃତା ସାମନ୍ତ, ସି.ଟି.ଓ ସରୋଜ କୁମାର ନାୟକ, ଅଫିସର ଇନ ଚିଫ୍  ବିନୟ କୁମାର ନାୟକ, ଶ୍ରୀ ଅଶୋକ କୁମାର ମହାନ୍ତି,ଶ୍ରୀ ପବିତ୍ର କୁମାର ମହାଣା, ପ୍ରଧ୍ୟାପିକା ଜୟାକୁମାରୀ ମିଶ୍ର ମଂଚାସୀନ ରହି ସାଧାରଣ ସଭା ପରେ ପ୍ରମାଣପତ୍ର ବଣ୍ଟନ କରିଥିଲେ। କ୍ୟାଡେଟ ସ୍ବାଗତ ସୁମନ ଦେବତା,କୁନ୍ତୀକୁଣ୍ତୁ କ୍ୟାମ୍ପ ସମୟର             ଅନୁଭୂତିକୁ ପ୍ରକାଶ  କରିଥିଲେ । କଲେଜର  ଅଧ୍ୟାପକ ଶ୍ରୀ ମନରଂଜନ ତ୍ରିପାଠୀ , ଶ୍ରୀ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ଗରୁଦେବ କୁଶଲ  ଶ୍ରୀ ଅବିନାଶ ସାହୁ ଉପସ୍ଥିତ ରହି କ୍ୟାଡେଟ ମାନଙ୍କୁ ଦେଶ ସୁରକ୍ଷାରେ ନୈସେନାର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। କଲେଜର ଗୋପାଳ ଚନ୍ଦ୍ର ନାୟକ, ଲିଙ୍ଗରାଜ ପୋଢ,ତାରାଚନ୍ଦା କଣ୍ଟା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ଡଃ ଅଜିତ କୁମାରନାଥ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ କରି ଲରମ୍ଭା  କଲେଜକୁ ନାଭାଲ ୟୁନିଟ  ଆସିଥିବାରୁ ଅଞ୍ଚଳରେ ଖୁସିର ବାତାବରଣ ଦେଖାଯାଇଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୧୦/୨୦୨୧-----୬,୨୦  
Sakhigopal News,9/10/2021

ads

Blog Archive