ଜାତୀୟ ରାଜପଥ ରେ ପ୍ରାତଃ ଭ୍ରମଣ ବେଳେ ମର୍ମନ୍ତୁଦ ଦୁର୍ଘଟଣା ,ଦୁଇ ମହିଳା ମୃତ, ଜଣେ ଶଙ୍କଟାପନ୍ନ
ନୟାଗଡ଼---- ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସଂପଡ଼ା ଜାତୀୟରାଜପଥ ନିକଟରେ ଘଟିଛି ଦୁର୍ଘଟଣା। ଦୁଇ ମହିଳା ମୃତ, ଜଣେ ଗୁରୁତର। ସକାଳୁ ସକାଳୁ ସଂପଡ଼ା ଗ୍ରାମର ତିନିଜଣ ମହିଳା ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ଏକ ଗାଡି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଭାବେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ନୟାଗଡ଼ ଜିଲ୍ଲା ନୂଆଗାଁ ସମ୍ପଡ଼ା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଆଜି ଭୋର ସମୟରେ ଘଟିଛି ଦୁର୍ଘଟଣା । ମୃତ ଦୁଇ ଜଣ ହେଲେ ରସାନନ୍ଦ ମାର୍ଥାଙ୍କ ପତ୍ନୀ ମାନସୀ ମାର୍ଥା , ଦାଶରଧି ପ୍ରଧାନଙ୍କ ପତ୍ନୀ ଟିକିନା ପ୍ରଧାନ । ଗୁରୁତର ଅବସ୍ଥାରେ ଉପେନ୍ଦ୍ର ପରିଡ଼ା ଙ୍କ ପତ୍ନୀ ସୁରବାଳା ପରିଡ଼ାଙ୍କୁ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ସୂଚନାନୁସାରେ, ମାନସୀ ଏବଂ ସୁରବାଳା ଭୋର ରୁ ପ୍ରାତଃ ଭ୍ରମଣରେ ଯାଉଥିଲେ । ଟିକିନା ପାଣି ଆଣିବାକୁ ରାସ୍ତାରେ ଯାଉଥିଲେ । ଏହି ସମୟରେ ଦଶପଲ୍ଲାରୁ ନୟାଗଡ଼ ଆସୁଥିବା ଏକ ଗାଡ଼ି ସେମାନଙ୍କ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମାନସୀ ଏବଂ ଟିକିନାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ନୟାଗଡ଼ ରୁ ନିରଞ୍ଜନ ଦାସ ଙ୍କ ରିପୋର୍ଟ,୧୫/୧୦/୨୦୨୧---
- Sakhigopal News



