ଜଟଣୀର ଗୌରବ ବଢ଼ାଇଲେ ପ୍ରଭୁ ପ୍ରସାଦ ପଣ୍ଡା
ଜଟଣୀ --ଜଟଣୀ ବ୍ଲକ ଅନ୍ତର୍ଗତ ବୁଢାପଡା ଗ୍ରାମର ନିବାସୀ ରବୀନ୍ଦ୍ର ପଣ୍ଡାଙ୍କ ପୁତ୍ର ପ୍ରଭୁ ପ୍ରଶାଦ ପଣ୍ଡା ସିଭିଲ ସର୍ଭିସ ପରୀକ୍ଷାରେ ୫୩ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ନିଜ ଗ୍ରାମ ତଥା ଜଟଣୀ ସହରକୁ ଗୌରବ ମଣ୍ଡିତ କରିଛନ୍ତି । ସେ ଜଣେ ମେଧାବୀ ଛାତ୍ର ଅଟନ୍ତି । ସ୍ଥାନୀୟ ହରିରାଜପୁର ସୋମନାଥ ଦେବ ବିଦ୍ୟାପୀଠର ଜଣେ ଉତ୍ତମ ଛାତ୍ର । ତାଙ୍କର ପିଲାଟି ବେଳୁ ପାଠ ପଢ଼ା ପ୍ରତି ଆଗ୍ରହ ଥିଲା । ଓଡିଶା ସିଭିଲ ସର୍ଭିସରେ କିପରି କୃତକାର୍ଯ୍ୟ ହୋଇପାରିବି । ନିଜର ମନବଳ ସୁଦୃଢ କରି ଦିନକୁ ୭ ରୁ ୮ ଘଣ୍ଟା ପରିଶ୍ରମ କରି ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେଇଥିବା ୩0୭ ଜଣଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ହୋଇଥିବା ୧୫୩ ଜଣଙ୍କ ମଧ୍ୟରେ ୫୩ ସ୍ଥାନ ଅଧିକାର କରି ନିଜକୁ ଗୌରବ ଅର୍ଜନ କରିଛନ୍ତି । ଏହି ବିଷୟ ପ୍ରଚାର ପରେ ନିଜ ଗ୍ରାମରେ ଏକ ଖୁସିର ଲହରୀ ଖେଳିଯାଇଥିଲା । ଏହି ଖବର ପାଇ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ସ୍ମୃତି କମିଟିର ସଭାପତି ବିଭୁତି ଭୂଷଣ ମିଶ୍ର (ଟୁନା ଭାଇନା ) ବୁଢା ପଡା ଗ୍ରାମଯାଇ ପ୍ରଭୁ ପ୍ରସାଦ ପଣ୍ଡାଙ୍କୁ ଫୁଲ ତୋଡ଼ା ଦେଇ ଗ୍ରାମବାସୀଙ୍କ ଉପସ୍ଥିତିରେ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧୩/୧୦/୨୦୨୧---- ୧୦-୨୦ Sakhigopal News,13/10/2021



