ଓଡଗାଁ ଯୁବକଙ୍କୁ ବେଗୁନିଆରେ ଗୁଳିମାଡ଼,ଅଭିଯୁକ୍ତ ଗିରଫ
ଓଡ଼ଗାଁ:-- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ନୂଆସାହିରେ ଓଡଗାଁ ର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଆହତ ହୋଇଥିବା ଯୁବକ ଜଣଙ୍କ ହେଲେ ଓଡଗାଁ ଥାନା ଅନ୍ତର୍ଗତ ଭାଲିଆଡିହି ଗ୍ରାମର ସନ୍ତୋଷ ଜେନା ଓରଫ (ବିଭୂତି)। ଅନ୍ୟପକ୍ଷରେ ଗୁଳିମାଡ଼ ର ମୁଖ୍ଯ ଅଭିଯୁକ୍ତ ପ୍ରସନ୍ନ ନାୟକ ବୋଲି ଜଣା ପଡିଛି। ଅଭିଯୁକ୍ତ ପ୍ରସନ୍ନ ଖସି ଚାଲିଯାଉଥିବା ବେଳେ,ଜଟଣୀ ପୋଲିସ ସହାୟତାରେ ବେଗୁନିଆ ଥାନା ପୋଲିସ ଗିରଫ କରିଥିବା ଜଣା ପଡିଛି। ଗୁଳିକାଣ୍ଡ ର ବାସ୍ତବ ତଥ୍ଯ ଭଲଭାବେ ଜଣା ପଡିନଥିଲେ ମଧ୍ଯ, ପାରିବାରିକ କାରଣ ଯୋଗୁ ଗୁଳିକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।
ଗିରଫ ଅଭିଯୁକ୍ତ ପ୍ରସନ୍ନ ନାୟକ ଠାରୁ ପୋଲିସ ଏକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଜବତ କରିଛି। ଗୁଳିକାଣ୍ଡ ରେ ଗୁରୁତର ହୋଇଥିବା ସନ୍ତୋଷ ଙ୍କୁ ଭୁବନେଶ୍ୱର ଏମ୍ସ ମେଡିକାଲରେ ଚିକିତ୍ସିତ ହେବା ପାଇଁ ନିଆଯାଇଥିବା ଜଣାପଡିଛି।
ରିପୋର୍ଟ:-- ଦିଲ୍ଲୀପ୍ କୁମାର ବିଶୋଇ, ଓଡଗାଁ
-୧୫/୧୦/୨୧-----୭,୫୦ Sakhigopal News,15/10/2021




