୪ଟି ପଞ୍ଚାୟତରେ ସ୍ମାର୍ଟ ହେଲେଥ କାର୍ଡ ବିଧାୟକ ବଣ୍ଟନ କଲେ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ପବିତ୍ର ଗୋବନ୍ଧୁ ଜୟନ୍ତୀରେ ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲେଥ କାର୍ଡ ବଣ୍ଟନ କରାଯାଇଛି । ପ୍ରଥମ ଦିନରେ ଚାରିଗୋଟି ଗ୍ରାମ ପଞ୍ଚାୟତର ୧୬ଶହ ହିତାଧିକାରୀଙ୍କୁ ସ୍ମାର୍ଟ ହେଲେଥ କାର୍ଡ ବିଧାକୟ ଉମାକାନ୍ତ ସାମନ୍ତରାୟ ବଣ୍ଟନ କରିଛନ୍ତି । ସେ ଗୁଡିକ ହେଲା ସତ୍ୟବାଦୀ ବ୍ଳକର ମହୁରା ଗ୍ରାମ ପଞ୍ଚାୟତର ଡାଙ୍ଗୁରା, ଆଳିକିଆ, ବାଗଲପୁର ଓ ମହୁରା ଗ୍ରାମ ବାସୀଙ୍କୁ ୪ଶହ । ସେହିପରି କେତକିପାଟଣା ପଞ୍ଚାୟତରେ କେତକିପାଟଣା, ପଦ୍ମପୁର, ଅଲଣ୍ଡାପଡା, ବିଶ୍ୱନାଥ ଦେଉଳ ଠାରେ ୪ଶହ । ବଳରାମପୁରଗଡ ପଞ୍ଚାୟତରେ ପୁରୁଣା ବୁଡାକେରା, ନୂଆ ବୁଡାକେରା, ବଳରାମପୁରଗଡ, ଦିପଦେଉଳି ଗ୍ରାମରେ ୪ଶହ ଓ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତରେ ବିଦ୍ୟାଧରପୁର, ସୁଆଣ୍ଡୋ, ଗୁଆଳିପଡା ଗ୍ରାମରେ ୪ଶହ କାର୍ଡ ବଣ୍ଟନ କରାଯାଇଛି । ଏହି ବଣ୍ଟନ ଉତ୍ସବରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ବ୍ଳକର ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାକୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ବ୍ଳକ ବିଜେଡିସଭାପତି ପ୍ରମୋଦ କୁମାର ରାଉତରାୟଙ୍କ ସହିତ ସ୍ଥାନୀୟ ସରପଞ୍ଚ , ସମିତିସଭ୍ୟସଭ୍ୟା ଓ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୦/୨୦୨୧---୮,୫୫ Sakhigopal News, 9/10/2021


