ads

Breaking News

ସତ୍ୟବାଦୀର ଐତିହ ଗ୍ରାମ ସୁଆଣ୍ଡୋରେ ୫ଟି ସଚ୍ଚିବ


 ସାକ୍ଷୀଗୋପାଳ---- ପବିତ୍ର ଗୋପ ଜୟନ୍ତୀରେ ଉତ୍କଳମଣି  ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରେ ୫ଟି ସଚ୍ଚିବ । ସତ୍ୟବାଦୀ ବ୍ଳକ ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ୫ଟିସଚ୍ଚିବ ଭି.କେ. ପାଣ୍ଡିଆନ ଓ ପୁରୀଜିଲ୍ଲାପାଳ ସମର୍ଥ ବର୍ମା ସଂଧ୍ୟା ୫ଟା ସମୟରେ ପହଞ୍ଚିଥିଲେ । ଆଜି ହେଉଛି ପବିତ୍ର ପୁଣାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ । ୫ଟି ସଚ୍ଚିବ ଓ ଜିଲ୍ଲାପାଳ ଷଠିଘରେ ପହଞ୍ଚି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ଐତିହ ଗ୍ରାମରେ ନିର୍ମାଣଧୀନ ବିଭିନ୍ନ ପ୍ରକଳ୍ପର ନିର୍ମାଣଧୀନ ସ୍ଥଳରେ ପହଞ୍ଚି କାର୍ଯ୍ୟର ଅଗ୍ରଗତି ସମ୍ପର୍କେ  ଏକ ସମୀକ୍ଷା କରିଥିଲେ । ସମୀକ୍ଷା ସମୟରେ ନିର୍ମାଣଧୀନ କାର୍ଯ୍ୟ ନେଇଥିବା ଓବିସିସିର ନିର୍ବାହୀଯନ୍ତ୍ରୀଙ୍କ =ସହିତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ  ଉପସ୍ଥିତ ରହିଥିଲେ

। ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୦/୨୦୨୧  

Sakhigopal News, 9/10/2021

ads

Blog Archive