ads

Breaking News

ଭେଡେନ ବ୍ଲକ ସ୍ତରୀୟ ଜୟ କିସାନ ଆନ୍ଦୋଳନର କର୍ମୀ ସମ୍ମିଳନୀ


 
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ସାଲେପାଲି ଠାରେ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ର ପ୍ରାରମ୍ଭର ରେ କେନ୍ଦ୍ରୀୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ର ପୁଅ ଆଶିଷ ମିଶ୍ରା ଆନ୍ଦୋଳନ ରତ ଚାଷୀ ଙ୍କୁ ଜଘନ୍ଯ ହତ୍ୟା ଘଟଣା କୁ ନିନ୍ଦା କରାଯାଇଥିଲା । ସହୀଦ ଚାଷୀ ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସମ୍ମିଳନୀ ରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ର ପ୍ରବକ୍ତା ସରୋଜ ମହାନ୍ତି କେନ୍ଦ୍ର ସରକାର ଙ୍କୁ ଦୃଢ ସମାଲୋଚନା କରି କହିଥିଲେ  ଯେ କମ୍ପାନୀ ମାନଙ୍କ ଦଲାଲ ସାଜି ତିନି କଳା ଆଇନ ଆଗତ କରିଥିଲେ । ଯାହା ଫଳରେ ଆଜି ଦିଲ୍ଲୀ ରୁ ପଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଛି। ସରକାର ମଣ୍ଡିର ଘରୋଇ କରଣ କରି ସାରା ଦେଶ କୁ ବିହାର ପରିଣତ କରିବାକୁ ଚାହୁଁଛନ୍ତି, ଏହି ଷଡଯନ୍ତ୍ର ଚାଷୀ ବୁଝି ସାରିଲେଣି। ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଯୁଦ୍ଧମ ଦେହି ଟାକରା ଦେଇଥିଲେ। ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ର ଆବାହକ ଲିଙ୍ଗରାଜ କହିଲେ ଯେ କେନ୍ଦ୍ର ସରକାର ଆଣିଥିବା ଅଧ୍ଜାଦେଶ ପୁର୍ବରୁ ନବୀନ ସରକାର ଆଗତୁରା ୨ ଟି ଅଧ୍ଜାଦେଶ ଆଣିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ସ୍ବାର୍ଥ ବିରୋଧୀ ବୋଲି ସମ୍ମିଳନୀ ରେ କହିଥିଲେ। ଆଗାମୀ ଦିନରେ ପଶ୍ଚିମ ଓଡିଶା ରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ଏହି ସମ୍ମିଳନୀ ରେ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇଥିଲା। ମହେଶ୍ୱର ପ୍ରଧାନ ଙ୍କୁ ସଭାପତି ଏବଂ ସରୋଜ ବାରିକ ଙ୍କୁ ସଂପାଦକ ଭାବେ ମନୋନୀତ କରାଯାଇଥିଲା। ଅନ୍ଯମାନଙ୍କ ମଧ୍ଯରେ ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ଦେବେନ୍ଦ୍ର ପଧାନ (ସଂବଲପୁର) ,ରୋଶନ କୁମାର (ଦିଲ୍ଲୀ) ସୁଶୀଲ କୁମାର ସାହୁ, ହର ବଣିଆଁ, ଉତ୍ପନ୍ନ ଭୋଇ , ଗୁଣ୍ଡା ପଧାନ,  ସୁଦାମ ପାତ୍ର ନିଜ ମତ ରଖିଥିଲେ। ଭେଡେନ ଅଞ୍ଚଳର ଶତାଧିକ ଚାଷୀ ଏହି ସମ୍ମିଳନୀ ରେ ଯୋଗ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୧୦/୨୦୨୧---୧୧,୦୦  

Sakhigopal News,9/10/2021

ads

Blog Archive