ads

Breaking News

ରଣପୁର ଅବକାରୀ ବିଭାଗର ଚଢ଼ାଉ ୩୦୦ ଲିଟର ମଦ ଜବତ



ରଣପୁର: ପାର୍ବଣ ଋତୁ ପାଖେଇ ଆସୁଥିବାରୁ ଅବକାରୀ ବିଭାଗ ରଣପୁରରେ ଚଢାଉ କୁ ଯୋରଦାର କରିଛି । ରାଜ୍ୟ ଅବକାରୀ ବିଭାଗ  ସ୍କ୍ୱାର୍ଡ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳ ର ନରସିଂହପୁର ଗ୍ରାମରେ  ୯ ତାରିଖ ସକାଳୁ ଚଢାଉ କରି ୩୦୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତ ସନ୍ତୋଷ ସାହୁ କୁ ଗିରଫ କରିଥିବା ଜଣାପଡିଛି ।
ଏଥିସହ ଦେଶୀ ମଦ ଜରି ପ୍ୟାକ୍ କରିବା ମେସିନ୍ ମଧ୍ୟ ଜବତ କରିଛି । ଏଥିରେ ରାଜ୍ୟ ଅବକାରୀ ଉଡନ୍ତା ସ୍କ୍ୱାର୍ଡ ନିରୀକ୍ଷକ ଉମାକାନ୍ତ ସ୍ୱାଇଁ , ଉପ ନିରୀକ୍ଷକ ସଚ୍ଚ୍‌ିନ୍ ବେହେରା , ବ୍ରଜ କିଶୋର ବିନ୍ଧାଣି , ଅତିରିକ୍ତ ଉପ ନିରୀକ୍ଷକ ନଟବର ମଲ୍ଲୀକ୍‌ ଓ ଅନ୍ୟ ମାନେ ସାମିଲ୍ ହୋଇଥିଲେ । ଏହି ଖବର ପାଇଁ ଅନ୍ୟ ସମସ୍ତ ହାତରନ୍ଧା ଚୋରା ମଦ ବେପାରୀ ଫେରାର୍ ହୋଇଯାଇଥିଲେ । ରଣପୁର ଅଂଚଳ ର ବିଭିନ୍ନ ଗ୍ରାମ ରେ କୈାଳିକ ବୃତ୍ତି ହିସାବ ରେ କିଛି ବ୍ୟକ୍ତି ଲଗାତର ଭାବରେ ହାତରନ୍ଧା ଦେଶୀ ମଦ ବ୍ୟବସାୟ କରିଚାଲିଛନ୍ତି । ଯାହାକୁ କି ଅବକାରୀ ବିଭାଗ କର୍ମଚାରୀ ଅଭାବ ଆଳ ଦେଖାଇ ଧରିବାକୁ ସକ୍ଷମ ହେଉନି । ଅଭିଯୁକ୍ତ କୁ କୋର୍ଟ କୁ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି । ରଣପୁରରୁ---ରାକେଶ କୁମାର ପାଢ଼ୀ ଙ୍କ ରିପୋର୍ଟ,୯/୧୦/୨୦୨୧ ,୧୦,୪୦  Sakhigopal News,9/10/2021

ads

Blog Archive