ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ =
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାୟଚକ୍ରଧରପୁର ନୋଡାଲଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ମୋଚିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକରଙ୍ଗବଲ୍ଲଭ ମିଶ୍ର ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ କ୍ଷେତ୍ରମୋହନମିଶ୍ର, କୃଷ୍ଣଚନ୍ଦ୍ର୍ର ସେନାପତି, ବୈକୁଣ୍ଠ ମହାପାତ୍ର, ପ୍ରସନ୍ନ କୁମାର ରଥ, ପ୍ରଣବ କୁମାର ମିଶ୍ର ପୂର୍ବତନ ପ୍ରଧାନ ଶିକ୍ଷକ କାଳୀ ପ୍ରସାଦ ପୁଷ୍ଟି ଓ ସରପଞ୍ଚ ତଥା ବିଦ୍ୟାଳୟ ପରିଚାଳନା କମିଟିରସଦସ୍ୟ ମାନେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗୋପବନ୍ଧୁଙ୍କ ଆଦର୍ଶ ଓ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ଉପଦେଶ ଦେଇଥିଲେ । ପ୍ରାକ୍ତନ ଶିକ୍ଷକ ସତ୍ୟବାଦୀ ଦାଶଗୋପ ଜୟନ୍ତୀ ପାଳନର ଆବଶ୍ୟକତା ତଥା ଛାତ୍ରଛାତ୍ରୀ ମାନଙ୍କୁ ଗୋପବନ୍ଧୁଙ୍କ କବିତା ପାଠ କରାଇଥିଲେ । ଶିକ୍ଷକ ରାମଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷୟତ୍ରୀ ମୌସୁମୀ ଦାସ ସଭାକାର୍ଯ୍ୟ ପରିଚାଳାନା କରିଥିଲେ । ଶିକ୍ଷୟତ୍ରୀ ମନସ୍ୱନୀ ମହାପାତ୍ର ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧୦/୨୦୨୧----୬,୫୦
Sakhigopal News, 10/10/2021


