ବାଲିଗୁଡା ଠାରେ ନବିନ ପଟ୍ଟନାୟକ ଙ୍କ୭୬ ବର୍ଷ ଜନ୍ମ ବାର୍ଷିକ ପାଳନ ସହ ଦୀପ ଦାନ
କନ୍ଧମାଳ----ବାଲିଗୁଡା ଏନ୍ଏସିର ନଗର ବିଜେଡି ତରଫରୁ ମୁଖ୍ୟମନ୍ତୀଙ୍କ ଜନ୍ମଦିନର ଶୁଭେଛା ବାର୍ତ୍ତା ସହିତ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ହେଉଛି ଓଡିଶାର ମୁଖ୍ୟମନ୍ତୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକଙ୍କ ୭୬ବର୍ଷ ତମ ଜନ୍ମବାର୍ଷିକ ଦିବସ ।ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବାଲିଗୁଡା ଏନ୍ଏସିର ନଗର ବିଜେଡି ସଭାପତି ସେକ୍ ସାଦ୍ଦିକ ଙ୍କ ତତ୍ବାବଧାନରେ ବାଲିଗୁଡା ଗାୟତ୍ରୀ ମନ୍ଦିର ପରିସରରେ ଏକ ଦୀପଦାନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାଯ୍ୟକ୍ରମରେ ବାଲିଗୁଡା ଏନ୍ଏସିର ନଗର ସଭାପତି ସମେତ ବହୁ ବିଜେଡି କର୍ମି ଯୋଗଦାନ କରି ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଜନ୍ମଦିନର ଶୁଭେଛା ବର୍ତ୍ତା ଦେବା ସହିତ ଗାୟତ୍ରୀ ମନ୍ଦିର ସମୁଖରେ ଦୀପ ପ୍ରଜ୍ଜଳନ କରାଯାଇଥିଲା । ଉପସ୍ଥିତ କର୍ମୀ ମାନେ ମୁଖ୍ୟମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରିଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ , ୧୬/୧୦/୨୦୨୧----୨,୩୦ Sakhigopal News,16/10/2021



