ads

Breaking News

ଜନ୍ମ କଲା ମା ର ଅନ୍ତିମ ସତ୍କାର ପାଇଁ ଆସିଲେ ନାହିଁ ଚାକିରିଆ ପୁଅ, ଶବ ସତ୍କାର କଲା ସଂକଲ୍ପ ପରିବାର



 ବରଗଡ଼---- ମା  ଜନ୍ମଦେଇଥିଲା ଦୁଇ ପୁଅ, ଆଜି ବ୍ୟାଙ୍କରେ ଚାକିରୀ କରି ବଡ଼ ବାବୁ, ଉଭୟ ପୁଅ ମାର ଶେଷ ସମୟରେ ମଧ୍ୟ ପାଖ ମାଡ଼ିଲେ ନାହିଁ । ଶେଷ ଥର ପାଇଁ ମୁଁହ ଦେଖିବାକୁ ମଧ୍ୟ ଚାହିଁଲେ ନାହିଁ । ମା ର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଶବ ସତ୍କାର ପାଇଁ ଆସିବାକୁ ମନାକରିଦେଇଥିଲେ । ଝିଅ ଓ ଜୋଇଁ ଘରେ ରହୁଥିବା ବୃଦ୍ଧା ମାଁ ଙ୍କ ଶବ ପଡ଼ିରହିଥିବା ବେଳେ ଶବ ସତ୍କାର ପାଇଁ ଅସହାୟ ହୋଇପଡ଼ିଥିବା ଝିଅ ଓ ଜୋଇଁ ଶେଷରେ ସମାଜସେବୀ ସଙ୍ଗଠନ ସଂକଲ୍ପ ପରିବାରର ସହାୟତା ଲୋଡ଼ିଥିଲେ। ଏପରି ଏକ ଦୁର୍ଭାଗ୍ୟ ଜନକ ଘଟଣା ଘଟିଛି ବରଗଡ଼ ୧୮ ନମ୍ବର ୱାର୍ଡ଼ ସ୍ଥିତ ଆଶାକିରନ ନିକଟସ୍ଥ ମାତୃବିହାର ଠାରେ।
        ସୂଚନା ଅନୁଯାୟୀ ୮୨ ବର୍ଷର ବୃଦ୍ଧା ମାୟା ବାନାର୍ଜୀ ଙ୍କର ଦୁଇ ପୁଅ ଏବଂ ଗୋଟେ ଝିଅ । ବଡ଼ ପୁଅ ଆଲୋକ ବାନାର୍ଜୀ ଏବଂ ସାନ ପୁଅ ମାଧବ ବାନାର୍ଜୀ ଉଭୟେ  ଛତିଶଗଡ଼ ରାଜ୍ୟରେ ବ୍ୟାଙ୍କରେ ଚାକିରି କରନ୍ତି । ତେବେ ଝିଅ ଓ ଜ୍ୟୋଇଁ ଙ୍କ ସଙ୍ଗେ ବୃଦ୍ଧା ଜଣକ ବରଗଡ଼ରେ ରହୁଥିବା ବେଳେ ଗତ କିଛିଦିନ ହେଲା ତାଙ୍କ ଦେହ ଅସୁସ୍ଥ ରହିଥିଲା। ଚିକିତ୍ସିତ ଅବସ୍ଥାରେ ବୃଦ୍ଧା ଜଣଙ୍କର  ମୃତ୍ୟୁ ହୋଇଯାଇଥିବା ବେଳେ ପରିବାରରେ ଜ୍ୱାଇଁ ଏସ. ଏଲ ମୁଖାର୍ଜୀ ଓ ଝିଅ କାକୁଳି ମୁଖାର୍ଜୀ ଘରେ ଏକାକୀ ଥିବାରୁ ଶବ ସତ୍କାର ପାଇଁ ଅସହାୟ ହୋଇପଡ଼ିଥିଲେ । ଏହି ବଙ୍ଗାଳି ପରିବାର ବରଗଡ଼କୁ ଦୁଇ ବର୍ଷ ହେଲା ନୂତନ ଭାବେ ଆସି ରହୁଥିବା ବେଳେ ପାଖ ପଡ଼ୋଶୀ ଛଡ଼ା ତାଙ୍କ କେହି ସମ୍ପର୍କୀୟ ମଧ୍ୟ ବରଗଡ଼ରେ ନାହାନ୍ତି।  ପଡ଼ୋଶୀ ସୁବୋଧ କୁମାର ସାହୁ ଏହି ଘଟଣା ବିଷୟରେ ସମାଜସେବୀ ସଙ୍ଗଠନ ସଂକଲ୍ପ ପରିବାରକୁ ଯୋଗାଯୋଗ କରି ଶବ ସତ୍କାର ପାଇଁ ସାହାଯ୍ୟ ମାଗିଥିଲେ । ତେବେ ଉକ୍ତ ପରିବାର ବାସକରୁଥିବା  ଆଶା କିରନ ନିକଟସ୍ଥ ମାତୃବିହାର ବାସଭବନକୁ ସଂକଲ୍ପ ପରିବାର ପହଞ୍ଚିଥିଲା  । ଏବଂ ଶବ ସତ୍କାର ପାଇଁ ଲାଗିପଡିଥଲା । ଶବ ସତ୍କାର କରିବାକୁ ବରଗଡ଼ରେ କାଠ ମିଳିନଥିଲା ତେବେ କାଠର  ଅଭାବ କାରଣରୁ ପଡ଼ୋଶୀ ସୁବୋଧ କୁମାର ସାହୁ ତାଙ୍କ ଗ୍ରାମ କରଲାଜୁରୀ କୁ ଯୋଗାଯୋଗ କରିଥିଲେ ଏବଂ ସେଠାରୁ ଗାଁ ଲୋକେ ଟ୍ରାକ୍ଟର ଦ୍ୱାରା ପିପଳମୁଣ୍ଡା ସ୍ଥିତ କୋଭିଡ଼ ସ୍ୱର୍ଗଦ୍ୱାରକୁ କାଠ ଆଣି ପହଞ୍ଚିଥିଲେ । ଏବଂ ସଂକଲ୍ପ ପରିବାରର ସହାୟତାରେ ବୃଦ୍ଧାଙ୍କ ଶବ ସତ୍କାର କରାଯାଇଥିଲା । ଏଠାରେ ଆଶ୍ଚର୍ଯ୍ୟ ର କଥା ବରଗଡ଼ରେ କାଠର ଅଭାବ କାରଣରୁ ଗ୍ରାମଞ୍ଚଳରୁ କାଠ ଯୋଗାଡ଼ କରି ଆଣିବାକୁ ପଡିଥିଲା ଶବ ଦାହ ପାଇଁ । ବରଗଡ଼ରେ ଶବ ସତ୍କାର ପାଇଁ କାଠର ଅଭାବ ଦୀର୍ଘ ଦିନରୁ ରହି ଆସିଥିଲେ ଶୁଦ୍ଧା ଜିଲ୍ଲା ପ୍ରଶାସନ ନିଘୋର ନିଦ୍ରାରେ  ବୋଲି ଜନସାଧାରଣ କହନ୍ତି । ଦେଖାଯାଉ ଏ ସମସ୍ୟାର ସମାଧାନ ସରକାର କେବେ କରିବେ ଦେଖିବାକୁ ବାକି ରହିଲା ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୧୦ /୨୦୨୧---୧,୦୦ 
Sakhigopal News,16/10/2021

ads

Blog Archive

Popular Posts