ନଡିଆ ମାର୍କେଟ ରାସ୍ତା ପ୍ରତି ଏବେ ମରଣଯନ୍ତ୍ରୀ ପାଲଟିଛି ; ପ୍ରଶାସନ ଦୃଷ୍ଟି ଦେବାକୁ ଦାବି
ସାକ୍ଷୀଗୋପାଳ----ସାକ୍ଷୀଗୋପାଳ ନଡିଆ ମାର୍କେଟର ମୁଖ୍ୟ ଗେଟ ଟାରୁ ନଡିଆ ବଜାର, ଅଗ୍ନିଶମ, ମାଛ ଓ ମାଂସ ବଜାର ସହିତ ବିଭିନ୍ନ ନଡିଆ ଗୋଦାମକୁ ଯିବା ରାସ୍ତା ଏବେ ମରଣଯନ୍ତ୍ାରେ ପରିଣତି ହୋଇଛି । ଏହି ରାସ୍ତା ଦେଇ ଲୋକମାନେ ଯିବାକୁ ଭୟ କରୁଛନ୍ତି । ରାସ୍ତାରେ ସୃଷ୍ଟି ହୋଇଛି ଖାଲଖମା । ସମସ୍ତେ ଦେଖି ନ ଦେଖିଲା ପରି ରହିଛନ୍ତି । ମୁଖ୍ୟ ଗେଟ ଠାରୁ ପ୍ରାୟ ୨୫୦ ମିଟରରୁ ଅଧିକ ରାସ୍ତାରେ କରାଯାଇଥିବା ପିଚୁ ଉଠିଯାଇ କେବଳ ରହିଛି ମେଣ୍ଟାଲ ଗୋଡି ଓ ଖାଲ ଖମାରେ ପରିପୂର୍ଣ୍ଣ ହୋଇ ରହିଛି । ଅସରାଏ ବର୍ଷା ହେଲେ ରାସ୍ତାରେ ପାଣି ଠିଆ ହୋଇ ରହିବା ଯୋଗୁ ଗାଡି ମଟର ଯିବା ଆସିବାରେ ସମସ୍ୟା ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ଅଗ୍ନିଶମ ବିଭାଗର ଗାଡି ଯିବା ଆସିବା କରିବା ସମୟରେ ବିଳମ୍ବ ଘଟୁଛି । ତୁରନ୍ତ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତା କାମ କରିବା ପାଇଁ ବିଭିନ୍ନ ସଂଗଠନ, ଓ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧୦/୨୦୨୧--୭,୦୦
Sakhigopal News, 16/10/2021


