ads

Breaking News

ଡେଲାଙ୍ଗରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ବିଧାୟକ ଜୁନିୟର ଶ୍ରୀ ମହାରଥୀ


 ଡେଲାଙ୍ଗ-------  ବିଧାୟକ ରୁଦ୍ରପ୍ରତାପ ମହାରଥି  ଡେଲାଙ୍ଗ ବ୍ଲକର ଅରିଶଲ, ଖେଲଉର ଓ ସୁଜନପୁର ପଞ୍ଚାୟତରେ ସ୍ୱାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ସେହିପରି ରବିବାର ଦିନ  ୫ଟି ପଞ୍ଚାୟତରେ  ସ୍ମାଟ କାର୍ଡ ହିତାଧିକାରୀ ମାନଙ୍କୁ ବଣ୍ଟନ କରିଥିଲେ ।  ପଞ୍ଚାୟତ ତରଫରୁ ପ୍ରଥମେ ‘ଫୁଲତୋଡା ଦିଆଯାଇ ବିଧାୟକଙ୍କୁ ସ୍ୱାଗତ କରାଯାଇଥିଲା । ଡେଲାଙ୍ଗ ବ୍ଲକର ଧାନକେରା,ଅଭୟମୁଖି, ଶ୍ରୀପୁରୁଷୋତମପୁର, ଜେନାପୁର ଓ ଗୁଆଳିପଡା ପଞ୍ଚାୟତରେ ବିଧାୟକ ଶ୍ରୀମହାରଥି ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସ୍ମାର୍ଟ କାର୍ଡର ବ୍ୟବହାର ସମ୍ପର୍କରେ ହିତାଧିକାରୀ ମାନଙ୍କୁ ଆଲୋକପାତ କରି କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅ୍ମକ୍ଷ ପ୍ରସନ୍ନ ସାହୁ,ବିଡିଓ ଦିଲିପ କୁମାର ଷଡଙ୍ଗି,ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ,ଶ୍ରୀପୁରୁଷୋତମପୁର ସରପଞ୍ଚ ବାଲୁଙ୍କେଶ୍ୱର ମହାପାତ୍ର,ଜେନାପୁର ସମିତିସଭ୍ୟ ପ୍ରଭାତ ଜେନା,ଧାନକେରା ସରପଞ୍ଚ ପ୍ରସନ୍ନ ଜେନା,ଅଭୟମୁଖି  ସରପଞ୍ଚ ପ୍ରସନ୍ନ ପରିଡା , ଗୁଆଳିପଡା ସରପଞ୍ଚ କାଳନ୍ଦୀ ଚରଣ ଜେନା ଓ ସମିତିସଭ୍ୟ ବାସୁଦେବ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୧୦/୨୦୨୧--=-୧୦,୧୦    

Sakhigopal News, 11/10/2021

ads

Blog Archive