ସତ୍ୟବାଦୀରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ବିଧାୟକ
ସାକ୍ଷୀଗୋପାଳ ------- ସତ୍ୟବାଦୀ ବ୍ଳକର ବଳପୁର, ବିଦ୍ୟାଧରପୁର, ପରଜାପଡା ,ରାୟଖଣ୍ଡି ଓ ସାରଙ୍ଗଯୋଡି ପାଞ୍ଚଗୋଟି ଗ୍ରାମ ପଞ୍ଚାୟତରେ ସ୍ମାର୍ଟ ହେଲେଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ସ୍ଥାନୀୟ ବିଧାକୟ ଉମାକାନ୍ତ ସାମନ୍ତରାୟ । ବିଧାୟକଙ୍କୁ ବିଜେଡି ଯୁବ କର୍ମୀ ଓ ପଞ୍ଚାୟତ ତରଫରୁ ବାଜା ବଜାଇ ସ୍ୱାଗତ କରାଯାଇଥିଲା । ଏହି ଉତ୍ସବରେ ଶତାଧିକ ମହିଳା ମାନେ ଯୋଗ ଦେଇଥିଲେ । ଅନୁଷ୍ଠିତ ସଭାରେ ଉପସ୍ଥିତ ଥିବା ଜଣସାଧାରଣଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷ ମାନଙ୍କ ପାଇଁ ୫ଲକ୍ଷ ଟଙ୍କାର ଏକ ସ୍ମାର୍ଟ କାର୍ଡ ପ୍ରଚଳନ କରିଛନ୍ତି ।
ଏହି କାର୍ଡ ଏଟିଏମ ପରି ଟଙ୍କା ବନ୍ଧା ହୋଇ ରହିଛି ବୋଲି ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ । ଏହି ବଣ୍ଟନ ଉତ୍ସବରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା, ବ୍ଳକର ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାକୟ, ଜିଲ୍ଲା ପରିଷଦ ସଭ୍ୟ ଧୃବ ଚରଣ ଦାଶ,ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ସମାଜସେବୀ ଶଙ୍କର ପ୍ରଧାନଙ୍କ ସହିତ ସ୍ଥାନୀୟ ସରପଞ୍ଚ ,ସମିତିସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧୦/୨୦୨୧--୧୦,୧୫
Sakhigopal News, 11/10/2021


