ads

Breaking News

ମଧୁବନରେ ଗ୍ରାମୀଣ ଆଇନ ସଚେତନତା ଶିବିର ଅନୁଷ୍ଠିତ

 ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମଧୁବନ ହାଇସ୍କୁଲ ପରିସରରେ ଏକ ଗ୍ରାମୀଣ ମହିଳା  ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଅଧ୍ୟକ୍ଷ  ପୁରୀ ଅମରେଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦ୍‌ୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ ।  ପ୍ରାୟ ୬୦ ଜଣ ମହିଳା ମାନେ ଶିବିରରେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧୀ କରଣ ସଂସ୍ଥା ପକ୍ଷରୁ ମାସ୍କ ବଣ୍ଟନ କରାଯିବ ସହ କୋଭିଡ ଆଇନକୁ ମାନି ଚଳିବା ପାଇଁ ସଚ୍ଚିବ ଶ୍ରୀ ମହାପାତ୍ର ମହିଳା ମାନଙ୍କୁ  କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ଆଇନଜୀବୀ ଉପେନ୍ଦ୍ର ବିଶ୍ୱଳା , ମହିଳା ସ୍ୱେଚ୍ଛାସେବୀ ଅନ୍ନପୂର୍ଣ୍ଣା ପ୍ରଧାନ, ଉର୍ମିଳା ଜେନା ଓ ମନରଞ୍ଜନ ଦାସ, ନିରଞ୍ଜନ ମୂଳି  ଜିଲ୍ଲା ଆଇନ ସେବା ପ୍ରଧିକରଣ କାର୍ଯ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧୦/୨୦୨୧---୧୦,୦୦  

Sakhigopal News , 12/10/2021


ads

Blog Archive

Popular Posts