ads

Breaking News

ନୀଳାଚଳ କୃଷକ ମହାସଂଘ ପକ୍ଷରୁ ଜଳ ନିଷ୍କାସନ ଓ ବିଭିନ୍ନ ସମସ୍ୟା ନେଇ ଦାବି


 ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଭାବେ ବେଶ ଜଣାଶୁଣା । ସେହିପରି ବନ୍ୟା ଓ ବର୍ଷା ଜଳରେ ବୁଡି ରହିଥାଏ । ଜିଲ୍ଲାରେ ଖରିଫ ଧାନ ଚାଷ ସଠିକ ହୋଇ ପାରିନଥାଏ । କେଉଁଠି ନା କେଉଁଠି ବନ୍ୟା ନଚେତ ବର୍ଷା ଜଳ ନିଷ୍କାସନ ନ ହୋଇ ପାରିବାରୁ କୃତିମ ବନ୍ୟା ସୃଷ୍ଟି ହୋଇଥାଏ । ୧୯୯୫ ମସିହା ଠାରୁ ନୀଳାଚଳ କୃଷକ ମହାସଂଘ ଚାଷୀ ଓ ଚାଷର ଉନ୍ନତି ପାଇଁ ଅନଶନ, ଆମରଣ ଅନଶନ, ବିକ୍ଷୋଭ, ରାସ୍ତାରୋକ, ସରକାରୀ କାର୍ଯ୍ୟାଳୟ ଘେରାଉ ଆପତ୍ତି, ଅଭିଯୋଗ ଅନେକ ଥର କରି ଆସିଛି । ମାତ୍ର ପ୍ରଶାସନ ପକ୍ଷରୁ ମିଳିଛି କେବଳ ଆଶ୍ୱସନା । ଏହାକୁ ନଜର କରି ଏହି ମାସ ୭ ତାରିଖରେ ମହାସଂଘର ସଭାପତି ଗୋପିନାଥ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ମାନେ ଅଧିକ୍ଷଣ ଯନ୍ତ୍ରୀ ଜଳ ନିକାଶ ମଣ୍ଡଳ ପୁରୀ ଠାରେ  ଅନଶନରେ ବସିଥିଲେ । ୧୫ ଦିନ ମଧ୍ୟରେ ଦାବି ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ନିଜେ ଅଧିକ୍ଷଣ ଯନ୍ତୀ କହିଥିଲେ ।  ଦାବି ଗୁଡିକ ମଧ୍ୟରେ ଲୁଣା ନଦୀକୁ ଡ୍ରେଜର ସାହାର୍ଯ୍ୟରେ ୨  ମିଟର ଖନନ କରାଯାଉ, ଖନନ କରାଯାଉଥିବା ମାଟିକୁ ସରକାରୀ ଜମିରେ ପକାଯାଉ, ଲୁଣା ନଦୀରେ ଉଚ୍ଚ ିସମ୍ପନ୍ନ ବ୍ୟାରେଜ ନିର୍ମାଣ ଆଦି ଦାବି କରାଯାଇଛି । ଏହି ଦାବୀ ଗୁଡିକ ସଠିକ ସମୟରେ କାର୍ଯ୍ୟ କରାନଗଲେ ନୀଳାଚଳ କୃଷକ ମହାସଂଘ ଚାଷୀ ମାନଙ୍କ ମତ ନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ସଂଘର ଉପଦେଷ୍ଟା ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର ଜଣାଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଳକ ସଭାପତି ଶୁଶାନ୍ତ ଶତପଥୀ, ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ଯୁଗ୍ମ ସମ୍ପାଦକ ଦୁଃଶାସନ ସ୍ୱାଇଁ, ଫଗୁ ପରିଡା, ଗଦାଧର ସ୍ୱାଇଁ ଓ ଶରତ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧୦/୨୦୨୧----୯,୫୦ 

 Sakhigopal News, 12/10/2021

ads

Blog Archive

Popular Posts