ଡେଲାଙ୍ଗରେ ପାଞ୍ଚଟି ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ବିଧାୟକ
ଡେଲାଙ୍ଗ----- ନବ ନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥି ଡେଲାଙ୍ଗ ବ୍ଲକର ଚାଇଁପୁର, ସିଂହବହ୍ମପୁର , ଗଡମୋଟରୀ, ସାଉରିଆ ଓ ଘନିପୁର ପଞ୍ଚାୟତରେ ସ୍ୱାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ପଞ୍ଚାୟତରେ ବିଧାୟକ ଶ୍ରୀମହାରଥି ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସ୍ମାର୍ଟ କାର୍ଡର ବ୍ୟବହାର ସମ୍ପର୍କରେ ହିତାଧିକାରୀ ମାନଙ୍କୁ ଆଲୋକପାତ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ଓଡିଶା ପ୍ରଥମ ଭାବେ ଏହି କାର୍ଡ ପ୍ରଚଳନ କରିଛି । ସମଗ୍ର ଦେଶ ଏହି କାର୍ଡ ଉପରେ ନଜର ରଖିଛି । ଅବାଶ୍ୟକ ପଡିଲେ ଏହି କାର୍ଡ ଅନ୍ୟ ରାଜ୍ୟ ମାନେ ପ୍ରଚଳନ କରିବେ ବୋଲି ଶ୍ରୀ ମହାରଥୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ ଦିଲିପ କୁମାର ଷଡଙ୍ଗି,ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ, ପ୍ରମୁଖ ଉପସ୍ଥିତ ରହିଥିଲେ । ଚାଇଁପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ସଭାପତିତ୍ୱ କରିଥିଲେ । ସେହିପରି ବିଭିନ୍ନ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟ ଓ ବିଜେଡି କର୍ମୀ ମାନେ ଉପସ୍ଥିତ ରହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧୦/୨୦୨୧---୧୦,୦୦
Sakhigopal News, 12/10/2021


