ads

Breaking News

ସେଞ୍ଚୁରିଅନ୍ ଗ୍ରାଉଣ୍ଡରେ ଓଡିଶା ଏବଂ ଛତିଶଗଡ ମଧ୍ୟରେ ଜାତୀୟ ମହିଳା କ୍ରିକେଟ୍ ମ୍ୟାଚ୍



ଜଟଣୀ: ଓଡିଶା କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ଓଡ଼ିଶା ଏବଂ ଛତିଶଗଡ ମଧ୍ୟରେ ଏକ ଜାତୀୟ ସ୍ତରୀୟ କ୍ରିକେଟ୍ ମ୍ୟାଚ୍ ଭୁବନେଶ୍ୱର  ସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଆୟୋଜିତ ହୋଇଛି। ଏହି ପାଞ୍ଚ ଦିନିଆ ମ୍ୟାଚ୍ ସିରିଜ୍ 8ଅକ୍ଟୋବରରୁ 12 ଅକ୍ଟୋବର, 2021 ପର୍ଯ୍ୟନ୍ତ ଚାଲିବ । 50 ଓଭରରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପ୍ରତିଦିନ ସକାଳ 9 ଟାରୁ ଆରମ୍ଭ ହେବ । ପ୍ରଥମ ଥର ପାଇଁ ଏହି ମ୍ୟାଚ ରେ 3ଜଣ ଅନ୍ତର୍ଜାତୀୟ ଖେଳାଳି ମାଧୁରୀ ମେହେଟ୍ଟା, ରୋଶନାରା ପରୱିନ୍ ଏବଂ ସୁଶ୍ରୀ ଦିବ୍ୟଦର୍ଶନୀ ପ୍ରଧାନ ଅଂଶଗ୍ରହଣ କରୁଥିବାରୁ ,ଏହି ମ୍ୟାଚ ରୋମାଞ୍ଚକର ହେବାର ଆଶା ରାହିଛି। ଏହି ଟୁର୍ଣ୍ଣାମେଣ୍ଟରେ  ଛତିଶଗଡର ମୋଟ 22 ଜଣ ଖେଳାଳି ଏବଂ ଓଡିଶାର 24 ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି ଏବଂ ଛତିଶଗଡ ଦଳର ଅଧିନାୟକ ପ୍ପ୍ରାନ୍ସୁପ୍ରିୟା ଧାନସନ ଏବଂ ଓଡିଶା ଦଳର ଅଧିନାୟକ ମଧୁସ୍ମିମିତା ବେହେରା ଏହି ମୁକାବିଲା କୁ ନେଇ ଉତ୍ସାହିତ ଅଛନ୍ତି। ଶ୍ରେଷ୍ଠ ପିଚ୍ ଏବଂ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସୁନ୍ଦର ଭୂମିରେ ଖେଳାଳିମାନେ ବହୁତ ଖୁସି । କ୍ୟାମ୍ପସ ପରିସରରେ ଏଭଳି ଏକ ରୋମାଞ୍ଚକ ର ମ୍ୟାଚ୍ ଦେଖିବାପାଇଁ କ୍ରିକେଟ୍ ପ୍ରେମୀମାନେ ବହୁ ମାତ୍ରାରେ ଉତ୍ସାହିତ ଅଛନ୍ତି ।

ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୦/୨୦୨୧----୬,୦୫   Sakhigopal News,9/10/2021

ads

Blog Archive